jayashree

ସୁନାବେଡା ଅଭୟାରଣ୍ୟରେ ବ୍ୟାପକ ମାଣ୍ଡିଆ ଚାଷ : କେଜି ପିଛା ୪୦ ଟଙ୍କା ମୂଲ୍ୟ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାଣ୍ଡିଆ ଚାଷ ବ୍ୟାପକ ମାତ୍ରାରେ ହେଉଛି । ମାଣ୍ଡିଆ ଚାଷ କରି କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବା ସହ ଚାଷୀର ଲାଭାଂଶକୁ ମଧ୍ୟ ବୃଦ୍ଧି କରିବାର ପ୍ରୟାସ ଅଟେ । ଅଭୟାରଣ୍ୟବାସୀ ଯତ୍ନ ସହ ଚାଷ କରିଛନ୍ତି । ରସାୟନିକ ସାର ବ୍ୟବହାର କରିବା ସହ ଜୈବିକ ସାରର ବ୍ୟବହାର କରନ୍ତି । ବର୍ତ୍ତମାନ ମାଣ୍ଡିଆ ଚାଷକୁ ମିଲେଟ ମିଶନ ଦ୍ୱାରା ଅଧିକ ଅମଳ କରିବା ପାଇଁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟ କରୁଅଛି । ଚାଷରେ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବାରୁ ଚାଷୀ ବଂଚିତ ହେଉଥିବା ଅଭୟାରଣ୍ୟର ଜଣେ ସଫଳ ଚାଷୀ ବିଜୁ ଝଙ୍କାର ପ୍ରକାଶ କରିଛନ୍ତି । ମଣ୍ଡିଆକୁ ଅମଳ ପରେ କେଜି ପିଚ୍ଛା ୩୩ ଟଙ୍କାରେ ବିକ୍ରି ହେଉଅଛି ଯାହାକି କମ୍‌ କହିଲେ ଚଳେ । ଏହାର ମୂଲ୍ୟ ୪୦ ଟଙ୍କା ହେଲେ ଚାଷୀମାନେ ଉପକୃତ ହେବେ । ଆବଶ୍ୟକ ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.