csstore

ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନୂଆପଡା ଗସ୍ତ

ନୂଆପଡା, (ନିରାକାର ମେହେର) : ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦିବ୍ୟ ଶଙ୍କର ମିଶ୍ର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନୂଆପଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନୂଆପଡା ବିଧାୟକ/ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ, ନୂଆପଡା ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝୀ, ବିଜେଡି ଜିଲ୍ଲା ସମ୍ପାଦକ ଲମ୍ବୋଦର ନିଆଲ, ସୁଧୀର ମିଶ୍ର, ବିଜେଡି ନୂଆପଡା ବ୍ଲକ ସଭାପତି ରମାକାନ୍ତ ଠାକୁର, ତଥା ବରିଷ୍ଠ ବିଜେଡି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.