ବେକରେ ଶାଢୀ ଲଗାଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା : ଝୁଲନ୍ତା ମୃତ ଦେହ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ କିରିକିଟା ପଞ୍ଚାୟତ ସୁନାରୀସିକୁଆ ଗ୍ରାମର ଜଣେ ବିବାହିତା ମହିଳା ଘର ଭିତରେ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମହିଳା ଜଣକ କୁମଦିନି ଶବର (୨୮) ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜିକୁ ୭ ରୁ ୮ ବର୍ଷ ତଳେ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମସାଣ ଗ୍ରାମର କରଣ ଶବରଙ୍କୁ ବୈଦିକ ନୀତିରେ ବିବାହ କରିଥିଲେ । ହେଲେ ବିବାହ ପରେ ତାଙ୍କ ସ୍ୱାମୀ ଅନ୍ୟ ଏକ ମହିଳାଙ୍କୁ ବିବାହ କରି ସାରିଥିବା ଜାଣିବାକୁ ପାଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି କୁମଦିନି କିଛି ବର୍ଷ ହେବ ବାପା ତରୁ ଶବର ପାଖରେ ରହି ଆସୁଥିଲେ । ହେଲେ ଗତ ରାତ୍ରରେ ଘର କବାଟ ଦେଇ ଆତ୍ମହତ୍ୟା କରିଥିଲେ । ପରେ ପରିବାର ଲୋକେ ଦେଖି ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସିନାପାଲି ଥାନାରେ କେସ୍ ନମ୍ୱର ୧୪/୨୧ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନ ପ୍ରକାଶ କରଛନ୍ତି ।

Leave A Reply

Your email address will not be published.