ସୋନପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋନପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗଙ୍କ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ତାଙ୍କ ବାସଭବନରେ ଆଜି ଭୋର୍‌ ସମୟରୁ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ରହିଥିବା କୁହାଯାଉଥିବା ବେଳେ ତାଙ୍କ ସଂପତ୍ତି ଆକଳନରେ ଲାଗିପଡ଼ିଛନ୍ତି ଭିଜିଲାନ୍ସ ଟିମ୍‌ । ସୂଚନାଯୋଗ୍ୟ ଯେ, ଉଲୁଣ୍ଡା ବ୍ଲକ୍‌ କାର୍ଯ୍ୟାଳୟରେ ସେ ପୂର୍ବରୁ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଏବେ ପଦୋନ୍ନତି ପାଇ ସୋନପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.