ppurohit

ସଇଁନ୍ତଲା ବ୍ଳକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର । ହେଲେ ଏଠାରେ ତାହାର ବିପରୀତ ଦେଖା ଦେଉଛି । ଚାଷୀ ଧାର କରଜ ଆଣି ତାର ବିଲରେ ଧାନ ବୁଣି ଥାଏ ହେଲେ ବର୍ଷା ଅଭାବ ଯୋଗୁଁ ଧାନ ଫସଲ ଭଲ ଅମଳ ହୋଇନ ଥିବା ବେଳେ ଚାଷୀ ଆତ୍ମହତ୍ୟା କରିଥିବା ମଧ୍ୟ ଅନେକ ଥର ନଜିର ରହିଛି । ଚଳିତ ବର୍ଷ ବର୍ଷା ଅଭାବରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ଚାଷୀଙ୍କୁ ଅନେକ ଚିନ୍ତା ଘାରିଛି । ତେବେ ଆଜି ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତିଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଇଁନ୍ତଲା ବ୍ଳକକୁ ସମ୍ପୂର୍ଣ୍ଣ ଭାବେ ମରୁଡି ଘୋଷଣା କରିବା ପାଇଁ ତହସିଲଦାରଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ସଇଁନ୍ତଲା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ କୃଷି ଋଣ ଛାଡ, ମରୁଡି ସହାୟତାରେ ସରକାରଙ୍କ ଠାରୁ ପ୍ରତି ହେକ୍ଟରକୁ ୬ ହଜାର ୨ ଟଙ୍କା, ଚାଷୀମାନଙ୍କୁ କୃଷକ ଭତ୍ତା ୫ ହଜାର ଟଙ୍କା ଆକାରରେ ପ୍ରଦାନ କରାଯାଉ ଭଳି ଅନେକ ଦାବୀ କରିଛନ୍ତି । ତେବେ ସମସ୍ତ ଗ୍ରାମର ଚାଷୀମାନେ ଗତ ବର୍ଷ ମରୁଡ଼ି ଯୋଗୁଁ ଚାଷ ଅନେକ କ୍ଷୟକ୍ଷତି ହୋଇ କୃଷକ ସମାଜର ସମସ୍ତ ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସରକାରଙ୍କଠାରୁ ଯେଉଁ ଅନୁକମ୍ପା ରାଶି ମିଳୁଛି ତାହା ଚାଷୀଙ୍କ ପାଇଁ ହାସ୍ୟାସ୍ପଦ ମନେ ହେଉଛି ବୋଲି କହିବା ସହିତ ରାଜ୍ୟ ସରକାର ମରୁଡି ଘୋଷଣା କରିବା ପାଇଁ ଚାଷୀ ମହଲରେ ଦାବୀ ହେଉଛି । ନାରୀନେତ୍ରୀ କୁମାରୀ ଭୋଇ, ରାତ୍ର ରଣା, ରିଚପାଳ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.