jayashree

ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାରୀସାଇଟ୍ ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠରେ ଧରତୀ ଆବା ବୀର ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ପରିଷଦର ଅଧ୍ୟକ୍ଷ ରଞ୍ଜିତ କିଶାନ ମୁଖ୍ୟ ଅତିଥି, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ କାଉନସିଲର ବୁଟୁ କିଶାନ, ବଣେଇର ଆଇନଜୀବୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଏସ୍‌ଏମ୍‌ଡିସି ସଭ୍ୟ ଜଗନ୍ନାଥ ଦାସ, ଅଶୋକ କୁମାର ଶୁକ୍ଳା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ତାଙ୍କ ଜୀବନାଦର୍ଶ ଓ ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ତାଙ୍କ ସଂଗ୍ରାମର କାହାଣୀ ଯୁଗ ଯୁଗ ଧରି ଆମ ସମାଜ ପାଇଁ ପ୍ରେରଣା ହୋଇ ରହିଥିବ ବୋଲି ଅତିଥିମାନେ ମତ ରଖିଥିଲେ । ଶିକ୍ଷକ ବୈକୁଣ୍ଠ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବିଜୟ କୁମାର ଦାଶ, ପ୍ରଦୀପ କୁମାର ବିଶ୍ବାଳ, ତ୍ରିଲୋଚନ ନାୟକ, ପୁଷ୍ପରଂଜନ ମହନ୍ତ, ଉର୍ମିଳା ଲାକ୍ରା, ହେମନ୍ତ କୁମାର ଦାଶ, ଆରତୀ ଦାସ, ମୀନତି ଦାସ, ସୁଷମା ପଣ୍ଡା, ସସ୍ମିତା ତନ୍ତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏସ୍‌ଏମ୍‌ସି ଓ ଏସ୍‌ଏମ୍‌ଡିସି ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.