ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୧୬ ନଭେମ୍ବର ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ମହାମାରୀରେ ଗଣ ମାଧ୍ୟମ : ଏକ ନୂତନ ଆହ୍ବାନ’ ଶିର୍ଷକ ଆଲୋଚନା ଚକ୍ରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଅଧ୍ୟକ୍ଷତା କରିଥିଲେ ।ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ ଯୋଗଦେଇ ଦେଶ ତଥା ଜାତିର ଉନ୍ନତିରେ ଗଣମାଧ୍ୟମର ଭୂମିକା ଜରୁରୀ ଅଟେ । ଗତ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ତାଙ୍କ କାର୍ଯ୍ୟ ତୁଲାଇଥିଲେ । ସେତେବେଳେ ଏହି ସମୟକୁ କିପରି ପରିଚାଳନା କରି ଲକ ଡାଉନ୍, ସଟ୍ ଡାଉନ୍ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚି ପାରିବ ସେଥିପ୍ରତି ଯତ୍ନବାନ ହୋଇଥିଲେ । ସେହିଭଳି ଆଲୋଚନା ସଭାରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ଯୋଗ ଦେଇ ଅନେକ ଭୁଲ ସୂଚନା ଜଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ, ସଠିକ୍ ସମୟରେ ନିର୍ଭୁଲ ସୂଚନା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ଯାହାକି ମହିମାରୀ ସମୟରେ ଦେଖିବାକୁ ମିଳିଥିଲା । ତେଣୁ ସଠିକ୍ ତଥ୍ୟ ଆଧାରରେ ଖବର ପ୍ରକାଶନରେ ଗଣମାଧ୍ୟମର ଗୁରୁ ଦାୟିତ୍ବ ରହିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ମହାମାରୀ ସମୟରେ ଜିଲ୍ଲାର ଚିକିତ୍ସା କ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରି ଥିବା ଡ଼ାକ୍ତର ଲୋଟସ ମିଶ୍ର ଯୋଗଦେଇ ସେ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗରେ ଅନେକ ଲୋକଙ୍କ ଚିକିତ୍ସା କରାଯାଇ ପାରିଥିଲା ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରଗଡ଼ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲିପ କୁମାର ବାଗ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ମହାମାରୀ ସମୟରେ ନିଜ ଅନୁଭୂତି ବର୍ଣ୍ଣର୍ନା କରିଥିଲେ । ସାମ୍ବାଦିକ ବୀରେନ୍ଦ୍ର ପ୍ରଧାନ, ଲଲାଟେନ୍ଦୁ ଦାଶ ସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.