ଜଗନ୍ନାଥ କମ୍ୟୁନିଟି ସେଣ୍ଟରରେ କାମ କରିଥିବା ଟଙ୍କା ପ୍ରଦାନ ଦାବୀ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଂଚାୟତର ତେତେଲପଡା ଗ୍ରାମରେ ଜୟ ଜଗନ୍ନାଥ କମ୍ୟୁନିଟି ସେଣ୍ଟରରେ ନିର୍ମାଣ କାମ କରିଥିବା ବେଳେ ୯ ମାସ ପରେ ବି ଟଙ୍କା ମିଳି ନଥିବାରୁ ଟଙ୍କା ପ୍ରଦାନ ଦାବୀ ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ଗ୍ରାମବାସୀଙ୍କ ସୁବିଧା ନିମନ୍ତେ ସମସ୍ତଙ୍କ ଇଚ୍ଛା ସତ୍ୱେ ଏକ ଜୟ ଜଗନ୍ନାଥ କମ୍ୟୁନିଟି ସେଣ୍ଟର ତିଆରି କରାଯାଇଛି । କିନ୍ତୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବା ହେତୁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଟଙ୍କା ମଞ୍ଜୁରୀ କରି ଅର୍ଦ୍ଧନିର୍ମିତ ସେଣ୍ଟରକୁ ପୂରା ଶେଷ କରିବା ପାଇଁ ଦରଖାସ୍ତ ଦେଇ ଡବ୍ଲୁଓଡିସି ଫଣ୍ଡ ରୁ ୪ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା । ଏହି ଟଙ୍କା ମଞ୍ଜୁର ହୋଇଥିବାରୁ କାମ ଆରମ୍ଭ କରି ଦୀର୍ଘ ୯ ମାସ ହେଲା ଶେଷ ହୋଇଛି । ବ୍ଲକର କନିଷ୍ଠ ଯନ୍ତ୍ରୀ ଏହାର ବିଲ୍‌ କରିଥିଲେ ବି ଦୀର୍ଘ ୯ ମାସ ହେଲା ଟଙ୍କା ମିଳି ପାରିନାହିଁ । ଯାହା ଫଳରେ ଇଟା, ମେଟାଲ, ଛଡ, ସିମେଂଟ, କୁଲି, ମିସ୍ତ୍ରୀ ଇତ୍ୟାଦି ଆଣିଥିବା ଲୋକଙ୍କ ପଇସା ପୈଠ କରାଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ୮ ଦିନ ମଧ୍ୟରେ କୌଣସି ପ୍ରକାର ପଦକ୍ଷେପ ନିଆ ନଗଲେ ବାଧ୍ୟ ହୋଇ ଗ୍ରାମବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆଜି ଦାବୀପତ୍ର ଦେବା ସମୟରେ ଗାଁର ପ୍ରମୋଦ କୁମାର ଠାକୁର, ମୁରଲିଧର ବେହେରା, ଦୁଃସାଶନ ବେହେରା, କୈଲାସ ନାଗ, ଘନଶ୍ୟାମ ବରିହା, ଧରଣୀଧର ବେହେରା, ପରମାନନ୍ଦ ବେହେରା, ଉମାଶଙ୍କର ତାଣ୍ଡି, ଉଦୟନାଥ ସୁନା, ଡମ୍ବରୁଧର ବେହେରା ପ୍ରମୁଖଙ୍କ ସମେତ ଅନେକ ଗ୍ରାମବାସୀ ଦାବୀପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.