ପଣ୍ଡିତ ଜବାହାରଲାଲ ନେହେରଙ୍କ ଜନ୍ମ ଦିବସ ଉପଲକ୍ଷେ ଶିଶୁ ଦିବସ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ପଣ୍ଡିତ ଜବାହାରଲାଲ ନେହେରୁ ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଶିଶୁମାନଙ୍କୁ ବହୁତ ଭଲ ପାଉଥିଲେ ତେଣୁ ତାଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଶିଶୁମାନେ ମଧ୍ୟ ତାଙ୍କୁ ସ୍ନେହରେ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ । ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ଶିଶୁ ମାନଙ୍କ ପ୍ରତି ତାଙ୍କର ଅସୀମ ପ୍ରେମ ଥିବା କାରଣରୁ ୧୯୬୪ ମସିହାରେ ନେହେରୁଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ଘୋଷଣା କରାଯାଇଥିଲା । ସମସ୍ତ ସ୍କୁଲ କଲେଜ ମାନଙ୍କରେ ଶିଶୁ ଦିବସ ପାଳନ କରାଯାଇଥାଏ ।

Leave A Reply

Your email address will not be published.