jsm

ପଦ୍ମପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗ୍ରସ୍ତ ଅବସରରେ ଆଜି ସତୀଭଟା ବିମାନ ଉଡାଣ ପଡିଆରେ ଓହ୍ଲାଇଥିଲେ । ପଦ୍ମପୁର ବିଜେପିର ପୂର୍ବ ପ୍ରସ୍ତୁତି ଅନୁସାରେ ଶତାଧିକ କାର୍ଯ୍ୟକର୍ତ୍ତା ସତୀଭଟା ଛକଠାରେ ଏକତ୍ରିତ ହୋଇ ମମିତା ମେହେର ହତ୍ୟାକାଣ୍ଡରେ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବହିସ୍କାର ଓ ବରଗଡ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲାରେ ସଂପୃକ୍ତ ପୋଲିସ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଭିନ୍ନ ନାରାବାଜି କରି, କଳାପତାକା ପ୍ରଦର୍ଶନ ଉଦ୍ଦେଶ୍ୟରେ ସଭୀଭଟା ବିମାନ ଉଡାଣ ପଡିଆକୁ ଯାଉଥିବା ବେଳେ ପଦ୍ମପୁର ପୋଲିସ ଅଟକାଇଥିଲା । ସେଠାରେ ବିଜେପି କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ପୋଲିସ ଗିରଫ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଛାଡିବା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଛାଡି ଦେଇଥିଲା । ବିଜେପିର ଏହି ବିରୋଧ ପ୍ରଦର୍ଶନରେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର, ସାଂସଦ ପ୍ରତିନିଧି ଡା ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଅଶୋକ ମିଶ୍ର, ହରେକୃଷ୍ଣ ପଟେଲ, ନିରାକାର ବରିହା, ଭୀଷ୍ମଦେବ ସାହୁ, ସୌକିଲାଲ ସାହା, ଚିନ୍ମୟ ପଣ୍ଡା, ସୁବାଷ ପାତ୍ର, କେତନ ମେହେର, ଡା ନାରାୟଣ ପୁରୋହିତ, ପ୍ରତାପ ନାଥ, କୁନାଲ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ବରିହା, ଦିନେଶ ବାରିକ, ନୀତେଶ ବାଗ, ରମଣୀ ରଞ୍ଜନ ହୋତା, ମଣ୍ଟୁ ପାଣ୍ତେ, ଦୀପକ ବାରିକ, ରାଜିବ ବୁଦ୍ଧିଆ, ନିରୋଜ ଦାଶ, ଜନକ ସାହୁ, ସୁଧାଂଶୁ ପଟେଲ ପ୍ରମୁଖଙ୍କ ସମେତ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଆଜି ଭୋର ୫ଟାରୁ ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ବିଜେପି ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲଙ୍କ ସମେତ ୧୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରି ଥାନାରେ ଅଟକ ରଖିଥିଲା । ସେହି ପଦ୍ମପୁରରେ କଂଗ୍ରେସ କର୍ମୀ ଗିରଫ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ବରଗଡ଼ ଜିଲ୍ଲା ପଦ୍ମପୁରରେ କଂଗ୍ରେସ କର୍ମୀ ଅବିନାଶ ମିଶ୍ର, ଦିଲ୍ଲୀପ ଦାନୀ, ଚମ୍ପକେଶ୍ୱର ପୁରୋହିତଙ୍କୁ ଉଠାଇ ନେଇଛି ପଦ୍ମପୁର ପୋଲିସ । ପୁଣି ଛାଡି ଦେଇଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.