ଖଲିପଥର ଗାଁର ରାସ୍ତାରେ ଜମୁଛି ପାଣି : ପାଣି ନିଷ୍କାସନ ପାଇଁ ପ୍ରଶାସନର ଅଣଦେଖା ନେଇ ଅସନ୍ତୋଷ

ବେଲପଡ଼ା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଜୁବା ପଞ୍ଚାୟତ ଖଲିପଥର ଗାଁର ରାସ୍ତା କଡରେ ଆଣ୍ଠୁଏ ପାଣି ରହୁଥିବା ବେଳେ ଲୋକେ ଯାତାୟାତ କରୁଥିବା ବେଳେ ଅନେକ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ପାଣି ନିଷ୍କାସନ ପାଇଁ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଅଣଦେଖା ଯୋଗୁଁ ଲୋକେ ହଇରାଣ ହେଉଥିବା ବେଳେ ପାଣି ଜମୁଥିବା ନେଇ ଲୋକେ ରୋଗର ଆକ୍ରାନ୍ତ ହୋଇ ପାରନ୍ତି ବୋଲି ମଧ୍ୟ ଆଶଙ୍କା ରହିଛି । ତେବେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.