ଉତ୍ତମ ପରିବେଶ ଓ ମାଟି ମା’ର ସୁରକ୍ଷା ପାଇଁ ଜୈବିକ ସାରର ପ୍ରୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗିରିଗୋବର୍ଦ୍ଧନ ପୂଜାଠାରୁ ଗୋଅଷ୍ଟମୀ ପର୍ଯ୍ୟନ୍ତ ଗୋ -ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଗୋ -ପୂଜନ, ଗୋ -ସମ୍ପଦର ବିକାଶ, ଜୈବିକ ସାର ପ୍ରୟୋଗର ଉପକାରିତା ଉପରେ ଜନସଚେତନତା କରାଯାଇଅଛି । ଟ୍ରଷ୍ଟର ପ୍ରତିଷ୍ଠାତା ପରିବେଶବିତ୍‌ ଆଇନଜୀବୀ ହୃଷୀକେଶ ପାଢ଼ୀ ଗୋ -ସମ୍ପଦର ସୁରକ୍ଷା ସହିତ ମାଟି ମା’ର ସୁରକ୍ଷା ତଥା ଉତ୍ତମ ପରିବେଶ ପାଇଁ କ୍ଷେତରେ ରାସାୟନିକ ସାର ପ୍ରୟୋଗ ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ପରେ ପରେ ଏକ ସଚେତନତା ରାଲି ଗୁଡ଼ପାଇଲୋ ସନିକଟ ବେହେରା ସାହି ପର୍ଯ୍ୟନ୍ତ ବାହାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ପାଢ଼ୀ, ସୋମନାଥ ସେନାପତି, ନରେଶ ମହାପାତ୍ର, ଲମ୍ବିତା ଜେନା ସଚେତନତା କାର୍ଯ୍ରକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.