csstore

ଫଳ ଓ ପନିପରିବା ଚାଷର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ପଂଚାୟତ ଅର୍ନ୍ତଗତ ରଜମରା ଗ୍ରାମରେ ଦୁଇ ଦୁନିଆ ଫଳ ଓ ପନିପରିବା ଚାଷ ପ୍ରଶିକ୍ଷଣ ଶିବିର ଗୁରୁବାର ଦିନ ଉଦ୍‌ଯାପିତ ହୋଇଛି । ଧାମନଡଙ୍ଗା ପଂଚାୟତର ଜୟ ମା ପାଟଖଣ୍ଡା ଉତ୍ପାଦକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ଟିଟିଲାଗଡ ଉଦ୍ୟାନ କୃଷି ବିଭାଗ, ବଲାଙ୍ଗିର ଗ୍ରାମ୍ୟ ଉଦ୍ୟୋଗ ସମିତି କଂଟାବାଂଜିର ମିଳିତ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି ଉଦ୍‌ଯାପନୀ ଦିବସରେ ଅତିରିକ୍ତ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଟିଟିଲାଗଡ ହିମାଂଶୁ ଶେଖର ସାହୁ (ମୁଖ୍ୟ ଅତିଥି) ସମ୍ମାନିତ ଅତିଥି ଭାବେ ସହକାରୀ ଉଦ୍ୟାନ ଅଧିକାରୀ ସୁନିଲ ମାଝି, ବି.ଟି.ଏମ. ଶୈଲେସ କୁମାର ଦାସ, ବିପିଏସିଏ ବିନୋଦ କୁମାର ମାଝି ତଥା କାର୍ଯ୍ୟକ୍ରମଟିକୁ ଜୟନ୍ତ ବାଗ ସଂଯୋଜନା କରିଥିବା ବେଳେ ତୁରେକେଲା ବ୍ଲକ ଉଦ୍ୟାନ ଅଧିକାରୀ ଶେକ୍‌ ଅବଦୁଲ ରବ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ.ଇ.ଡବ୍ଲୁ ଗୀତାଞ୍ଜଳି ବେହେରା, ପ.ଜି.ଗ୍ରୁପ ଅନୁଷ୍ଠାନର ଶ୍ରୀମତୀ ଶୋଭାଗିନୀ ରଣା, ଏ.ବି.କେ. କରିସ୍ମା କୁମ୍ଭାର ସୁମଙ୍ଗଲ କୁମ୍ଭାର ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ପ୍ରଶିକ୍ଷଣରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.