ଭୂମିହୀନଙ୍କୁ ମିଳୁନାହିଁ ଜମି : ବରପାଲି କୁସନପୁରୀ ରାଜସ୍ୱ ନିରୀକ୍ଷକଙ୍କ ଅଫିସରେ ତାଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଭୂମିହୀନଙ୍କୁ ଜାଗା ଦେବାକୁ ସରକାର ଯୋଜନା କରୁଛନ୍ତି କିନ୍ତୁ ଏହାର ବାସ୍ତବିକ ଚିତ୍ର ଅଲଗା । ବରଗଡ଼ ଜିଲ୍ଳା ବରପାଲି ବ୍ଲକ ଅନ୍ତର୍ଗତ କୁସନପୁରୀ ଗାଁର ୫୮ ଜଣ ଭୂମିହୀନ ପରିବାରକୁ ସରକାର ୧୯୯୦ ମସିହାରେ ୪ ଡିସମିଲ ଜାଗାର ପଟ୍ଟା ପ୍ରଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଜମିରେ ଦଖଲ ଦେଇ ନାହାଁନ୍ତି । ଯାହା ଫଳରେ ଗରିବ ଲୋକ ନିଜକୁ ଠକେଇ ହୋଇଥିବା ଅନୁଭବ କରୁଛି । ଜମିର ମାଲ ଗୁଜାରୀ ପଇଠ କରୁଥିଲେ ବି ଜମି ଦଖଲ କରିବାକୁ ତହସିଲଦାର ମନା କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଭୂମିହୀନ ପରିବାର ପକ୍ଷରୁ କୁସନପୁରୀ ଆର.ଆଇ ଅଫିସରେ ତାଲା ମାରି ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ପୂର୍ବରୁ ଏହାର ଯଦି ସମାଧାନ ନ ହୁଏ ତା’ ହେଲେ ଜୋରଦାର ବିରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.