ମ.ରାମପୁରରେ ଯୋଗ ଦେଲେ ନୂତନ ତହସିଲଦାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବରେ ସୁଶ୍ରୀ ସୁଚରିତା ମୁଗ୍ରି ଯୋଗ ଦେଇଛନ୍ତି । ଏହା ତାଙ୍କର ତହସିଲଦାର ଭାବରେ ପ୍ରଥମ ଦାୟିତ୍ୱ । ସେ ପୁର୍ବରୁ ବଲାଙ୍ଗିରରେ ଟିଆରଓରେ ଥିଲେ । ଏଠାରେ ଯୋଗ ଦେଇ ସେ ଦାୟିତ୍ୱରେ ଥିବା ତହସିଲଦାର ଜୟନ୍ତ ମେହେରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ଜଣେ ଯୁବ ମହିଳା ଅଧିକାରୀ ଦାୟିତ୍ୱ ନେବା ପରେ, ସମସ୍ତଙ୍କ ସହଯୋଗରେ ନିଜ କାର୍ଯ୍ୟ ସମ୍ପାଦନ କରିବି ବୋଲି କହିଛନ୍ତି ।

Leave A Reply

Your email address will not be published.