ବାର୍ଦ୍ଧକ୍ୟ ଆବାସରେ ଦୀପାବଳି ପାଳନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ରେଡକ୍ରସ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଜଗତ ମଙ୍ଗଳ କାମନା କରି ସାମୁହିକ ଦୀପଦଳି ପାଳନ କରାଯାଇଥିଲା । ପ୍ରଥମରେ ସମସ୍ତଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଥିଲା । ପରେ ହାତଧୁଆର ୬ଟି ପ୍ରଣାଳିକୁ ଅନ୍ତେବାସୀମାନଙ୍କୁ ଡେମୋଷ୍ଟେସନ ମାଧ୍ୟମରେ ବୁଝାଯାଇଥିବା ବେଳେ ଏହି ଅବସରରେ ଭାବବିନିମୟ ପାଇଁ ସଂଗୀତ ଗାନ କାର୍ଯ୍ୟକ୍ରମ କରାଯାଇଥିଲା । ପରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ ଡ. ଦୈତାରୀ ପୁଝାରୀ, ରବିଚନ୍ଦ୍ର ପଶାୟତ, ଅରବିନ୍ଦ କୁମ୍ଭାର, ରାମ ନାରାୟଣ ଦାଶ, ଯୁବ ସମାଜସେବୀ ନିତ୍ୟାନନ୍ଦ ଷଡଙ୍ଗୀ, ସୌମିକ କୁମାର ମହାନ୍ତି, ଲିପୁନ ପାଣିଗ୍ରାହୀ, ଅଗ୍ନିବେଶ ପୋଢ, ସୋମେଶ ସ୍ୱରୁପ ମିଶ୍ର ଅଂଶଗ୍ରହଣ କରିଥିଲେ । ବାର୍ଦ୍ଧକ୍ୟ ଆବାସର କର୍ମଚାରୀ ଶିବ ପ୍ରସାଦ ସାହୁ, ଉମାକାନ୍ତ ସାହୁ, ଚତୁର୍ଭୁଜ ଭୋଇ, ସଞ୍ଜୁ ବିଶ୍ୱାଳ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.