jsm

କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ମୋଦି : ୨୦୧୩ ପ୍ରଳୟଙ୍କାରୀ ବନ୍ୟା ପରେ ଉତ୍ତରାଖଣ୍ଡର ହେବ ପୁନଃବିକାଶ

csstore

ଉତ୍ତରାଖଣ୍ଡ : ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ୨୦୧୩ ପ୍ରଳୟଙ୍କାରୀ ବନ୍ୟା ପରେ ଉତ୍ତରାଖଣ୍ଡର ପୁନଃବିକାଶ ହେବ ବୋଲି ମୋଦି କହିଛନ୍ତି । କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଆଶ୍ରୟସ୍ଥଳୀ ସୁବିଧା ସୁଯୋଗ, କେନ୍ଦ୍ର ଭଳି ନୂତନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପ୍ରଳୟଙ୍କାରୀ ବନ୍ୟା ପରେ ମୋର ଆଶା ନଥିଲା କେଦାରନାଥର ପୁଣି ଥରେ ଉନ୍ନତି ହୋଇପାରିବ । ଯେଉଁମାନେ ତିର୍ଥ ଯାତ୍ରା ପାଇଁ ଆସୁଥିଲେ ସେମାନେ ଭାବୁଥିଲେ ଆମର କେଦାର ନାଥ କେବେ ପୂର୍ବ ଅବସ୍ଥା ଫେରି ପାଇବ । ହେଲେ ଭଗବାନ କେଦାରଙ୍କ କୃପାରୁ ସମ୍ଭବ ହୋଇପାରିଛି ବୋଲି ମୋଦି କହିଛନ୍ତି । ଧାମରେ ବିକାଶ ମୂଳକ କାମ ଜାରି ରଖିଥିବାରୁ ସେ ସମସ୍ତ ପୂଜକ, କର୍ମୀ, ପୂଜକଙ୍କ ପରିବାର, ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ମୋଦି କହିଛନ୍ତି ଯେ ଚାରିଧାମ ସହିତ ସଂଯୋଗ କରୁଥିବା ସଡକ ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଭବିଷ୍ୟତରେ ଭକ୍ତମାନେ ଯେପରି କେବୁଲ କାରରେ ଯାଅ ଆସ କରିପାରିବେ ସେଥିପାଇଁ ମଧ୍ୟ କାମ ଆରମ୍ଭ ହୋଇଛି । ସରସ୍ୱତି ଅଷ୍ଟପଥରେ ଚାଲିଥିବା କାମ ମଧ୍ୟ ଦେଖିଥିଲେ ମୋଦି । ମୁଖ୍ୟ ଭିତ୍ତିଭୂମି, ପ୍ରକଳ୍ପ, ଯାହା ସରସ୍ୱତି ସଂରକ୍ଷଣ ପ୍ରାଚୀର, ଅଷ୍ଟପଥ, ତୀର୍ଥ ପୁରୋହିତ ଘର ଏବଂ ମନ୍ଦାକିନୀ ନଦୀର ଗରୁଡ ଚଟି ସେତୁ ଆଦି ସମ୍ପୁର୍ଣ୍ଣ ହୋଇଛି । ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ ସମାପ୍ତ ହୋଇଛି । ଅନ୍ୟପଟେ ସଙ୍ଗମ ଘ୍ଟର ପୁନଃବିକାଶ, ପ୍ରଶାସନିକ ଦପ୍ତର, ଚିକିତ୍ସାଳୟ, ଦୁଇଟି ଗେଷ୍ଟ ହାଉସ, ପୋଲିସ ଷ୍ଟେସନ, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ମନ୍ଦାକିନୀ ଅଷ୍ଟପଥ କ୍ୟୁ ମ୍ୟାନେଜମେଣ୍ଟ ସମେତେ ବିଭିନ୍ନ ପ୍ରକଳ୍ପ ପାଇଁ ୧୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି ।

yuvodaya
Leave A Reply

Your email address will not be published.