oom

ମା’ କାଳୀଙ୍କ ପୂଜା ସମ୍ପନ୍ନ

jsmm

ମ.ରାମପୁର, (ହେମନ୍ତ ସାହୁ) : ପବିତ୍ର ଦୀପାବଳୀ ଅବସରରେ ସ୍ଥାନୀୟ ଦୁର୍ଗାମଣ୍ଡପଠାରେ ମା’ କାଳୀଙ୍କ ପୂଜା ସମ୍ପନ୍ନ ହେଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ କର୍ମକର୍ତ୍ତା ଓ ପୂଜକଙ୍କ ମଧ୍ୟରେ ସୀମିତ ରହିଥିଲା ପୂଜାର୍ଚ୍ଚନା । ପ୍ରଥମେ ନିକଟସ୍ଥ ହରିହରସାଗରରୁ ଗଂଗା ଆବାହନ ସହ ଶୁଭ କଳସ ଅଣାଯାଇ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । କର୍ତ୍ତା ଭାବରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରଶାନ୍ତ ସାମନ୍ତରା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ତ୍ରିଲୋଚନ ଦାଶ ପୂଜାର୍ଚ୍ଚନା କରିଥିଲେ । ପୂଜା ବିଭାଗ ମୁଖ୍ୟ ଯୁଗଳ ପ୍ରହରାଜ, ଅଶୋକ କୁମାର ପଟ୍ଟନାୟକ, ପ୍ରକାଶଚନ୍ଦ୍ର ସାହୁ, ଭଗବତ ଘିଭେଲା, ଭିକାରୀ ଭୋଇ, ଜୟ ହାତୀ, ଚମରା ଭୋଇ, ଉଗ୍ରସେନ ବାରିକ ଉପସ୍ଥିତ ରହିଥିବା ବେଳେ ସଂପାଦକ ହେମନ୍ତ ସାହୁ, ଉପସଭାପତି ବିଭୂତି ଭୂଷଣ ମହାଖୁଡ଼, ଉପଦେଷ୍ଠା ହିରେନ୍ଦ୍ର ପ୍ରତାପ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ । ଠିକ୍‌ ସେହିପରି ମ.ରାମପୁର ତଳସାଗରପଡ଼ା, ଶୁଣ୍ଢିପଡ଼ା ଓ ଅନ୍ୟାନ୍ୟ କାଳୀପୀଠ ଗୁଡ଼ିକରେ ମଧ୍ୟ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

jittmm
Leave A Reply

Your email address will not be published.