ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଗ୍ରାମର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ସାହୁଙ୍କ ଗତ ୩ ତାରିଖ ଦିନ ନିଜ ବୁରୋମୁଣ୍ଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବୁରୋମୁଣ୍ଡା ଗୌନ୍ତିଆ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ସାହୁ ୭୬ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ଏକାକରରେ ଜଣେ ଲେଖକ, ନାଟ୍ୟକାର ସହ ପଦ୍ମପୁର ଓକିଲ ସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଇ ଥିଲେ । ସେ ଜଣେ ପରୋପକାରୀ, ମେଳାପୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇବା ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ଶେଷଯାତ୍ରାରେ ଗାଇସିଲେଟ ବ୍ଲକ ଉପସଭାପତି ପ୍ରଣୟ ସାହୁ, ଭୁବନଦେ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ତାଙ୍କ ବଡ଼ପୁଅ ସରୋଜ ଶ୍ରୀଭୂଷଣ ସାହୁ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.