csstore

ଅଶ୍ୱନୀ ହତ୍ୟା ଘଟଣାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡା, (ନିରାକାର ମେହେର) : ଅଶ୍ୱନୀ ହତ୍ୟା ଘଟଣାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ହେଉଛି । ସୂଚନା ଅନୁସାରେ ଗତ ମାସ ୨୦ତାରିଖ ଦିନ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରପଦର ଗ୍ରାମର କୁମାରୀ ବେହେରାଙ୍କ ପୁଅ ଅଶ୍ଵିନୀଙ୍କୁ କେହି ଦୃବୁତ ରାତିରେ ଶୋଇଥିବା ବେଳେ ଫୋନ କରି ଡାକି ନେଇ ହତ୍ୟା କରା ଯାଇଥିବା ସମ୍ବନ୍ଧେ ଏତଲା ଦେଇଥିଲେ । ଏଥିସହିତ ପୂର୍ବରୁ ଲାଗି ଆସିଥିବା ଜମିବାଡ଼ି ଝମେଲା ଯୋଗୁଁ ହତ୍ୟା କରା ଯାଇଥିବା କଥା ଉଲ୍ଲେଖ କରି ଅଭିଯୁକ୍ତମାନଙ୍କ ନାମ ମଧ୍ୟ ଏତଲାରେ ଲିଖିତ ଦେଇଥିଲେ । ଅଭିଯୋଗକୁ ୧୬ ଦିନ ହୋଇ ଯାଇଥିବା ସତ୍ତ୍ଵେ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଏ ନେଇ ଦଳିତ ଅଧିକାର ମଞ୍ଚ ପରିସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାକୁ ଗୁରୁତ୍ୱର ସହ ବିଚାର କରି ଆଜି ଖଡିଆଳ ଥାନା ଭାରପ୍ରାପ୍ତ ଅଧିକାରୀ କୈଲାସ ଚନ୍ଦ୍ର ସେଠିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ୬ ଦିନ ମଧ୍ୟରେ ଦୋଷୀଙ୍କୁ ଗିରଫ କରା ନ ଗଲେ ଦଳିତ ମଞ୍ଚ ଖଡିଆଳ ଥାନା ଘେରାଓ କରି ଥାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବ ବୋଲି ଚେତାଇ ଦେଇଛନ୍ତି ।

jayashree
Leave A Reply

Your email address will not be published.