pakka

ନିର୍ବାଚନ ସମୟ ଆସିଲେ ବଦଳେ ପାଣ୍ଡବଙ୍କ ରାଜନୀତି, ପଦ୍ମ ଛାଡି ଶଙ୍ଖ ଧରିବେ ପାଣ୍ଡବ ବୋଲି ଚର୍ଚ୍ଚା

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ନିର୍ବାଚନ ସମୟ ଆସିଲେ କେତେକ ନେତା ମନ୍ତ୍ରୀଙ୍କ ଗାଁ ଗାଁ ପାଦ ପକାଇବା ସହ ବିଭିନ୍ନ ବିକାଶ କରି ଲୋକଙ୍କ ସମସ୍ୟାର ସମାଧାନ କରାଯାଇଥିବା ଭାଷଣ ମାରନ୍ତି । କିନ୍ତୁ ରାଜନୈତିକ ଦଳର ନେତା ମାନଙ୍କ ମଧ୍ୟରେ ରାଜନୀତି କରିବା ଭଲ ଭାବରେ ଜଣାଥାଏ । ରାଜନେତା ହେଲେ ସବୁକିଛି ସମ୍ଭବ ହୋଇଥାଏ । ତେବେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁନ୍ତଲା ବ୍ଳକରେ ବିଜେପି ନେତାଙ୍କ ଅନେକ ଚର୍ଚ୍ଚା ଲାଗି ରହିଥାଏ । ତେବେ ଗତ ୨୦୧୭ ମସିହାରେ ବିଜେଡି ଦଳ ପାଣ୍ଡବ ସାହୁଙ୍କୁ ଟିକଟ ଦେଇଥିବା ବେଳେ ଶେଷରେ ଶଙ୍ଖ ଛାଡି ପଦ୍ମ ପୋଖରୀ ପାହାଚ ପକାଇଲେ । ଟିକଟ ଦେବା ପରେ ୩୧ ନମ୍ବର ଜୋନରେ ବିଜେପି ଦଳ ପକ୍ଷରୁ ଲଢେଇ କରି ବିଜୟ ହାସଲ କରିଥିଲେ । ଏହା ପରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓଙ୍କ ଆଶୀର୍ବାଦରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚନ ହୋଇ ଚର୍ଚ୍ଚାରେ ରହିଥିଲେ ।ତେବେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅନେକ ଆଶା ବିଶ୍ୱାସ ଲାଗି ରହିଥିଲା ଯେ ସଇଁନ୍ତଲା ବ୍ଳକର ବିକାଶ କରିବେ ବୋଲି । ହେଲେ ଲୋକେ ଅନୁଭବ କରି ପାରିଲେ ନାହିିଁ । ଯାହା ଫଳରେ ବିଜେପି ନେତାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ବିଜେଡି ଛାଡିବା ପରେ ବିଜେପିରେ ସାମିଲ ହୋଇଥିଲେ । ପୁଣି ବିଜେଡିରେ ସାମିଲ ହେବେ ପାଣ୍ଡବ ବୋଲି ଅନେକ ଚର୍ଚ୍ଚା ଲୋକଙ୍କ ମଧ୍ୟରେ ଦେଖା ଦେଇଛି । ତେବେ ଆସନ୍ତା ଦିନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସାହୁଙ୍କ ଦ୍ୱାରା ତେଣ୍ଡଲିପାଲି ଗ୍ରାମରେ ଥିବା ଗିରି ଗୋବର୍ଦ୍ଧନ ପାହାଡଠାରେ ନୂତନ ନିର୍ମିତ ପାର୍କ ଉଦଘାଟନ ହେବ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଦୁଇଟି ମନ୍ତ୍ରୀଙ୍କ ଉପସ୍ଥିତରେ ନିଜେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରଖିଥିବା ସୂଚନା ମିଳିଛି । ସେଥିରେ ଶ୍ରୀ ସାହୁ ତାଙ୍କ ସମର୍ଥକଙ୍କ ସହ ପଦ୍ମ ଛାଡି ଶଙ୍ଖ ଧରିବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଅନ୍ୟପଟେ ନିର୍ବାଚନ ସମୟ ଆସିଲେ ଦଳ ବଦଳ କରନ୍ତି ପାଣ୍ଡବ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । କିନ୍ତୁ ପଦ୍ମ ଛାଡି ଶଙ୍ଖ ଧରିଲେ ବିଜେପିରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେପି ବରିଷ୍ଠ ନେତା ଜଣେ ପ୍ରକାଶ କରିଛନ୍ତି । ଏନେଇ ଶ୍ରୀ ସାହୁଙ୍କ ମତାମତ ମିଳି ପାରିନାହିଁ । ଯାହାବି ହେଉନା କାହିଁକି ଯଦି ଶ୍ରୀ ସାହୁ ବିଜେଡି ଦଳରେ ସାମିଲ ହୁଅନ୍ତି ତେବେ ଆଗାମୀ ଦିନରେ ବିଜେଡି ଦଳ ପାଇଁ ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳଙ୍କ ଉପରେ ପ୍ରଭାବ ପଡିପାରେ ବୋଲି ଆଶା କରାଯାଉଛି ।

jay balangir
Leave A Reply

Your email address will not be published.

five × 1 =

error: Content is protected !!