jayashree

‘ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହାପି ମୋମେନ୍ଟସ୍ ଇଣ୍ଡିଆ ଓ ସେକ୍ଟର ୧୬ ଡିଏଭି ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ ‘ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଯଶବିନ୍ଦର କୌରଙ୍କ ଅଧ୍ୟକ୍ଷତା ଓ ହାପି ମୋମେନ୍ଟସ୍ ଇଣ୍ଡିଆର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବାର ଆସୋସିଏସନ୍‌ର ସଭାପତି ରମେଶ ବଳ, ପ୍ରାକ୍ତନ ପୁଲିସ ଅଧିକାରୀ ତଥା ସମାଜସେବୀ ସୁମନ ଦତ୍ତ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଶିକ୍ଷାବିତ୍ ସନ୍ଥମା ପିଲାଇ ଓ ଗ୍ରେସି ଡେଭିଡ୍, ସମାଜସେବୀ ଲିତାଞ୍ଜଳି ପତି ଓ କବୟିତ୍ରୀ ସସ୍ମିତା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହି ଅବସରରେ ଅତିଥିଗଣ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ସହିଦଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ଜ୍ଵଳନ କରି ସେମାନଙ୍କ ଅବଦାନକୁ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ଅନିତା ଦାସ ମନ୍ତ୍ରୋଚାରଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ସରୋଜା ଇନ୍ଦୁମତି ବାରା ସଂଯୋଜନା କରିଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥ କଳା ପରିଷଦର ଛାତ୍ରୀ ପ୍ରିୟାଶ୍ରୀ ନାୟକ ଓ ସାଇଜ୍ୟୋତି ମହାନ୍ତି ନୃତ୍ୟ ପରିବେଷଣ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀ ଲୋପମୁଦ୍ରା ବେହେରା ସହିଦଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦିବାକର ଦାସ, କଲ୍ୟାଣୀ ଦାସ, ପ୍ରଫୁଲ୍ଲ ସାମଲ, ପୁଷ୍ପା ମିଶ୍ର, ବିଶ୍ୱଜିତ ରାଉତ, ତରୁଲତା ସାମଲ, ଯୋଗେଶ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା, ସୁନିତା ପ୍ରଧାନ, ଭବାନୀ ପାଢୀ, ସୁସ୍ମିତା ଜେନା, ରଶ୍ମିତା ବାରିକ, ସୁପ୍ରଭା ବିଶ୍ୱଳ, ରଞ୍ଜୁ କୁମାରୀ ମିଶ୍ର, ବୀଣା, ମଣ୍ଟୁ ମିଶ୍ର, ସୁଶାନ୍ତ କୁମାର ପରିଡା, ମାନସ କୁମାର ରଂଜନ, ଶୁଭେନ୍ଦୁ ପ୍ରଧାନ, ସମ୍ବିତ କୁମାର ହୋତା, ଚିନ୍ମୟ କୁମାର ନାୟକ, ସିଗ୍ମା ନାୟକ, ସବାନା ହୁସେନ, ସସ୍ମିତା ନାୟକ, ଲୀଲା ବେହେରା ପ୍ରମୁଖ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.