ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଦରଦାମ ବୃଦ୍ଧି ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ସ୍ମାରକ ପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରରେ ମୋଦି ସରକାରଙ୍କ ଦୈନଦିନ ବ୍ୟବହୃତ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଖାଇବା ତେଲ ଭଳି ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଡେଲାଙ୍ଗ ମହିଳା ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ନାରାବାଜି ଦେଇ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ ଛକ ନିକଟରୁ ବ୍ଲକ ମହିଳା ବିଜେଡି ସଭାପତି ବାସନ୍ତି ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କର୍ମୀ ହାତରେ ପ୍ଲାକାର୍ଡ ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଏହି ପ୍ରତିବାଦ ସଭାରେ ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ରୁଦ୍ରପ୍ରତାପ ମହାରଥି ଯୋଗଦେଇ କେନ୍ଦ୍ର ବିଜେପି ସରକାରଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀର ଦରଦାମ ବୃଦ୍ଧିକୁ ନିନ୍ଦା କରିବା ସହ କଡା ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ଶୁଭଲକ୍ଷ୍ମୀ ସ୍ୱାଇଁ, ପ୍ରତିମା ଦାଶ, ବନିତା ଦାସ, ଭାରତୀ ଚମ୍ପତି, ପ୍ରସାଦିନୀ ମଙ୍ଗରାଜ, ଚିନ୍ମୟୀ ପାଢୀ, ରୁନା ନନ୍ଦ, ମିନାକ୍ଷୀ ପ୍ରଧାନ, ସବିତା ବରାଳ, ରମା ବଳବନ୍ତରାୟ, ସ୍ୱର୍ଣ୍ଣଲତା ଜେନା, କବିତା ଜେନା, ମମତା ଛାଟେଇ, ଦିପ୍ତିମୟୀ ଦାଶ, ଅନୁସୟା ବଳ, ବିନୋଦିନି ଡାଙ୍ଗ, ମମତା ସ୍ୱାଇଁ, ଉଷାରାଣି ପାଇକରାୟ, ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲା ପରିଷଦ ପୁଷ୍ପାଞ୍ଜଳି ସାମଲ, ଦେବାଶିଷ ନନ୍ଦ, ମଳୟ ମହାନ୍ତି, ଉପାଧ୍ୟକ୍ଷଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ପିପିଲି ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପୁର୍ବତନ ଉପାଧ୍ୟକ୍ଷ ଅଜୟ ରାଉତରାୟ ଓ ଲଛମନ ଦଳେଇ, ଆତ୍ମା କମିଟି ସଭାପତି ସୁଧାକର ମାର୍ଥା, ଜେନାପୁର ସମିତିସଭ୍ୟ ପ୍ରଭାତ ଜେନା, ପୁର୍ବତନ ସରପଂଚ ବିଜୟ ଚମ୍ପତିରାୟ, ଛାତ୍ର ବିଜେଡି ସଭାପତି ସୁଦିପ୍ତ ନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ବିଜେପି ସରକାରଙ୍କ ଦରଦାମ ବୃଦ୍ଧି ପ୍ରସଙ୍ଗରେ ନାରାବାଜି ଦେଇ କଡା ସମାଲୋଚନା କରିଥିଲେ । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟଶରେ ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଶେଷରେ ବାସନ୍ତି ସାହୁ କାର୍ଯ୍ୟକ୍ରମ ସଫଳଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.