csstore

ବଲାଙ୍ଗିର୍‌ ଦିନ୍‌ ପାଳନ ଅବସରରେ ଦୁଲୁକିଲା କୋଶଳ କଳାମଣ୍ଡଳ : ଆସନ୍ତା ବର୍ଷ ଆହୁରି ହର୍ଷୋଲ୍ଲାସ ସହ ହେବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର୍‌ ଦିନ୍‌ ପାଳନ ଅବସରରେ ଦୁଲୁକିଛି କୋଶଳ କଳାମଣ୍ଡଳ । ଗତକାଲି ସଂଧ୍ୟାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ଆହୁରି ହର୍ଷୋଲ୍ଲାସ ସହ ପାଳନ ହେବ ବଲାଙ୍ଗିର ଦିନ୍‌ ବୋଲି ସଂଘବଦ୍ଧ ଯୁବକମାନେ ମତ ପ୍ରକାଶ କରିଛନ୍ତି । ଗତକାଲି ଦିନ ତମାମ୍‌ ବଲାଙ୍ଗିର୍‌ ଦିନ୍‌ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂଧ୍ୟା ସମୟରେ କୋଶଳ କଳା ମଣ୍ଡଳରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପ୍ରଫେସର ମଧୁସୂଦନ ପତି, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇ ବଲାଙ୍ଗିର ବିକାଶର ବିଭିନ୍ନ ଦିଗ ଓ ସଂକଳ୍ପ ସଂପର୍କରେ ଆଲୋକପାତ କରିଥିଲେ । ଆୟୋଜନ କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ ମଂଚାସୀନ ହୋଇ ବଲାଙ୍ଗିର୍‌ ଦିନ୍‌ ପାଳନର ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସଭା ପରିଚାଳନା କରିଥିଲେ ଉପଦେଷ୍ଟା ପ୍ରଭାସ ପାଣିଗ୍ରାହୀ । ରତନ ମହାରଣା ବଲାଙ୍ଗିର ଦିନ ପାଳନ ବିଶେଷ ସଫଳ ହୋଇଥିବା ନେଇ ମନ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଭିନ୍ନ ସଂଗଠନର ସଦସ୍ୟ ତଥା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭା କାର୍ଯ୍ୟ ସମାପନ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଯାଇଥିଲା କୋଶଳ କଳା ମଣ୍ଡଳର ଐତିହାସିକ ପୁରୁଣା ମଂଚ । ସଭା କାର୍ଯ୍ୟ ପରିଚାଳନାରେ ଆୟୋଜନ କମିଟିର ସଂପାଦକ ପ୍ରଶାନ୍ତ ମହାକୁର, ସହ ଅଧ୍ୟକ୍ଷ ବିନୋଦ କାଲସାଏ, ଶ୍ୱେତା ପଣ୍ଡା, ଅର୍ଜୁନ କୁମାର ସାହୁ ପ୍ରମୁଖ ବିଶେଷ ସହାୟତା କରିଥିଲେ । ଆଗାମୀ ବର୍ଷ ଆହୁରି ହର୍ଷୋଲ୍ଲାସ ସହ ବଲାଙ୍ଗିର ଦିନ୍‌ ପାଳନ କରିବାକୁ ଆୟୋଜକ କମିଟି ପକ୍ଷରୁ ମତ ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.