ସୁବର୍ଣ୍ଣପୁର ଜିଲ୍ଲା ବସ୍ତିବାସିନ୍ଦା ସୁରକ୍ଷା ମଂଚ ଓ ଶ୍ରମିକ କୃଷକ ଏକତା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବସ୍ତିବାସିନ୍ଦା ସୁରକ୍ଷା ମଂଚ ଓ ଶ୍ରମିକ କୃଷକ ଏକତା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ସ୍ୱେଚ୍ଛାସେବୀ ଗୋବିନ୍ଦ ମହାରଣାଙ୍କ ନେତୃତ୍ୱରେ ଶତାଧିକ ସଭ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅପରାଧୀକ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ସଂପୃକ୍ତ ହେଉଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଇଥିଲା । ଭବାନୀପାଟଣା ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାର ଦୃଢ ପ୍ରତିବାଦ କରିବା ସହିତ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ପରିଚାଳକ ଗୋବିନ୍ଦ ସାହୁ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଆସାମୀ ହୋଇଥିବା ବେଳେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଅଭିଯୁକ୍ତକୁ ସୁରକ୍ଷା ଯୋଗାଇ ଦେବାରେ ନିଜ କ୍ଷମତା ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଏପରିକି ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କେଉଁ ଉଦ୍ଦେଶ୍ୟରେ ସନସାଇନ ପବ୍ଳିକ ସ୍କୁଲରେ ରାତ୍ରୀ ଯାପନ କରୁଥିଲେ ଓ ଗୋବିନ୍ଦ ସାହୁଙ୍କ ସହିତ ତାଙ୍କର ଘନିଷ୍ଠତା ଏହି ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତିକୁ ପଦାରେ ପକାଇଥିବା ଅଭିଯୋଗ କରିଛନ୍ତି । ସେହିପରି ଏହି ଘଟଣାରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅନ୍ୟାନ୍ୟ ମନ୍ତ୍ରୀମାନେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି କରିବାକୁ ଦାବୀ କରିବା ସହିତ ସଂପୃକ୍ତ ବିଜେଡି ମନ୍ତ୍ରୀମାନେ ନିଜ ନିଜ ପଦ ପଦବୀରୁ ଇସ୍ତାପା ଦେବାକୁ ଦାବୀ କରିଛନ୍ତି । ସନସାଇନ ବିଦ୍ୟାଳୟର ସଂପତ୍ତି ବ୍ୟାଜାପ୍ତ କରି ସରକାର ନିଜ ଅଧିନକୁ ନେଇ ଏହାର ପରିଚାଳନା କରିବାକୁ ଦାବୀ ରଖିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.