କେରମେଲି ପଞ୍ଚାୟତର ଆଦିବାସୀ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତର ଆଦିବାସୀ ପଡିଆରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତର ଆଠ ଗୋଟି ଦଳ ଭାଗ ନେଇଥିଲେ । ସେଥି ମଧ୍ୟରୁ କେରମେଲି ଓ କରେଲଧୁଆ ଫାଇନାଲକୁ ଯାଇଥିଲେ, କରେଲଧୁଆ ପ୍ରଥମେ ବ୍ୟାଟିଂ କରି ୪ ଓଭରରେ ୨୯ରନ୍‌ କରିଥିଲେ ତାର ଜବାବରେ କେରମେଲି ୩ ଓଭରରେ ବିଜୟୀ ହୋଇଥିଲା । ବିଜୟୀ ଦଳ ଓ ଉପ ବିଜେତାକୁ ପୁରସ୍କୃତ କରାଯାଇଥିବା ବେଳେ ମ୍ୟାଚରେ ଶ୍ରେଷ୍ଠ ଖେଳାଲି ଭାବେ ଯାଜ୍ଞଦାସ ପୁରସ୍କୃତ ହୋଇଥିଲେ । ଏହି ମ୍ୟାଚକୁ ଆୟୋଜନ କରିଥିଲେ ସମାଜସେବୀ ମହେନ୍ଦ୍ର ରଣା, ମୁଖ୍ୟ ଅତିଥି ଭାବରେ କେରମେଲି ପଞ୍ଚାୟତର ନାଏବ-ସରପଞ୍ଚ ରୁପାଧର ମାଝୀ, ସମ୍ମାନିତ ଅତିଥି ଆଡଭୋକେଟ ଶିବ ବାରିକ ଓ ନବୀନ ରଣା ଓ ପଞ୍ଚାୟତର ସମସ୍ତ ଖେଳ ପ୍ରେମିମାନେ ସହଯୋଗ କରିଥିଲେ ।

2 Comments
  1. Bhagaban Mahanand says

    Cricket match maximum organized hei parle e area ra pila mankar thane thiba cricket interest ta light k aasi parta . Tarlagi Sabkar sahjog darkar.

  2. Bhagaban Mahanand says

    Cricket match maximum organized hei parle e area ra pila mankar thane thiba cricket interest ta light k aasi parta . Tarlagi Sabkar sahjog darkar. Ok

Leave A Reply

Your email address will not be published.