ସଇଁନ୍ତଲାଠାରେ କୋଶଲ କରାଟେ ବେଲ୍ଟ ଗ୍ରେଡିଂ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା କୋଶଲ କେରାଟେ ସ୍କୁଲ ଆନୁକୂଲ୍ୟରେ ଆଜି ଏକ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଗଜପତି ସାହୁ, ସ୍ଥାନୀୟ ସରପଞ୍ଚ, ଆଇନଜୀବୀ ମାନ ଭଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ଅହଲ୍ଲାଦ ମିଶ୍ର, ବିନୟ ଭୋଇ, ବାଳକ୍ରିଷ୍ଣ। ନାଗ ପ୍ରମୁଖ ଉପସ୍ଥିତ ଥିଲେ । କୋଶଲ କେରାଟେ ସ୍କୁଲର ପ୍ରଶିକ୍ଷିକା ରେବତୀ ସୁନା ଓ ରୂପେଶ ନାଗ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ଗୋଜୁରିୟୁ କରାଟେ ସ୍କୁଲ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ସିହାନ ଅଶୋକ କୁମାର ନାଗ ପ୍ରଶିକ୍ଷାର୍ଥୀମାନଙ୍କୁ ବେଲ୍ଟ ପରୀକ୍ଷା କରାଇଥିଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ସିହାନ ନାଗଦତ୍ୟ, ରାଘବ ଭୋଇ, ଭକ୍ତ ବିଶି ବ୍ଲୁ ବେଲ୍ଟ, ପ୍ରିୟଙ୍କା ମିଶ୍ର, ଶ୍ରୁତି ପ୍ରଜ୍ଞା ଭୋଇ, ଡି ମନୀଷା, ଆର ଆଲିଶା, ବେଦାନ୍ତ ସାହୁ, ଅସ୍ଲେସା ଅଗ୍ରୱାଲ, ଅରେଞ୍ଜ ବେଲ୍ଟ, ମୀରା ସ୍ବାଇଁ, ପ୍ରିନ୍ସ ବାଗ, ଅଗ୍ନିବେଶ ବେହେରା ୟୋଲୋ ବେଲ୍ଟ ହାସଲ କରିଥିବା ବେଳେ ଇନ୍ଦ୍ର କୁମ୍ଭାର, ଆନନ୍ଦ ସିଂ, ଧନୁର୍ଯ୍ୟ ଛତ୍ରିଆ, ପୂର୍ଣ୍ଣଚନ୍ଦ୍ର ସାହୁ, ଗୋଲାପୀ ବାଗ, ସମାରୁ ବାଗ ଓ ମଞ୍ଜୁଲତା ବାଗ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.