ଟିଟିଲାଗଡ଼ଠାରେ ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷୁରା ଏନ୍‌ଏସିର ବହୁ ତୁଙ୍ଗ ବିଜେପି ଏବଂ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶତାଧିକ ଲୋକ ସାମିଲ ହୋଇଛନ୍ତି । ଟିଟିଲାଗଡ଼ ବିଜେଡି କାର୍ଯ୍ୟାଳୟଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଟୁକୁନୀ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ରଞ୍ଜୁଲତା ସାହୁ, ନରେଶ ଭୋଇ, କ୍ଷୀରୋଦ ବାରିକ, ଅଶ୍ୱିନୀ ସାହୁ, ଦଶରଥ ସାହୁ, ପ୍ରଭାକର ସାହୁ, ବିଜୟ ସାହୁ, ସମୀର ଭୋଇ, ପ୍ରଦ୍ୟୁମ୍ନ ସାହୁ, ବଳିଷ୍ଠ ଭୋଇ, ଦୈତାରୀ ସାହୁ, ବୈକୁଣ୍ଠ ସାହୁ, ପ୍ରଫୁଲ୍ଲ ସାହୁ, ଛବି ସାହୁ, ଯଶୋବନ୍ତି ତାଣ୍ଡି, ଯଶୋବନ୍ତି ଭୋଇ, ସୁଧା ବକୁଳ, ଦୀପା ବୁଡ଼େକ, ନୟନ ସାହୁ, ସୁଲୋଚନା ସାହୁ, ଅଞ୍ଜନା ବେହେରା, ପୁର୍ଣିମା ବେହେରା, ସୁମିତ୍ରା ସାହୁ, କ୍ଷୀର ବେହେରା, ଅମିତ ସାହୁ, ମିଳନ ସାହୁ, ରୁପେଶ ତାଣ୍ଡି, ପୂର୍ଣଚନ୍ଦ୍ର ମହାନନ୍ଦ, ସୁବ୍ରତ ବେହେରା, ସତ୍ୟମ ବକୁଳ, ଗଣେଶ ମହାପାତ୍ର, ହେମସାଗର ବଢିଆ, ଧର୍ମେନ୍ଦ୍ର ସାହୁ, ମନୋଜ ହରପାଳ, କିଶୋର ସାହୁ, ନୀଳମଣି ତୁମୁନିଆ, ଦୟାସାଗର ଷଡ଼ଙ୍ଗୀ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେଡି ପରିଷଦ ସଦସ୍ୟ ପ୍ରମୋଦ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରେମଚନଦ ଜେନ, ଅରୁଣ ମିଶ୍ର ଓ ବରିଷ୍ଠ ବିଜେଡି ନେତା ନନ୍ଦଲାଲ ଜୟଶ୍ୱାଳ, ଅରୁଣ ପ୍ରଧାନ, ମନ୍ତ୍ରୀଙ୍କ ପ୍ରତିନିଧି ନିରୋଧ ନାଗ, ବିଜୁ ଯୁବ ସଭାପତି ଅଜୟ ଜୟଶ୍ୱାଳ, ପପୁ ଜୟଶ୍ୱାଳ, ଅମିତ ସାହୁ, ମୁନୁ ମିଶ୍ର, ରାଜା ବଗର୍ତି, ସୋମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.