ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଶାନ୍ତିପଡା ସ୍ଥିତ ଚନ୍ଦ୍ରଶେଖର ମନ୍ଦିର ପରିସରରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମାହାସଭାର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳନ କରାଯାଇଅଛି । ସଭାପତି ଗିରିଧାରୀ ଶତପଥିଙ୍କ ଆବାହକତ୍ୱରେ ଏବଂ ପୂର୍ବତନ ସଭାପତି ସତ୍ୟବନ୍ତ ବେଦବାକ୍‌ଙ୍କ ସଭାପତିତ୍ୱରେ ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଏବଂ ବ୍ରାହ୍ମଣ ସଭାର ଅଧ୍ୟକ୍ଷ ନିଳମଣି ମିଶ୍ର ଅତିଥି ରୂପେ ଯୋଗଦେଇଥିବା ବେଳେ ସଂପାଦକ ରଘୁନାଥ ମିଶ୍ର ବିବରଣୀ ପାଠ କରିଥିଲେ । ଏଥିରେ ପରିବାରର ସଂପର୍କ ବୃଦ୍ଧି କରିବା ପାଇଁ ମତ ପ୍ରକାଶ ପାଇଥିଲା । ମାଳତି ଉଦ୍‌ଗାତା, ଧନଞ୍ଜୟ ମିଶ୍ର, ଅଚ୍ୟୁତ ମିଶ୍ର, ଧର୍ମବ୍ରତ ରଥ ନିଜ ନିଜ ମତ ପ୍ରକାଶ କରିଥିଲେ । ସଭା କାର୍ଯ୍ୟରେ ପର୍ଶୁରାମ ନାୟକ, ପ୍ରଭୁଦତ୍ତ ଶତପଥି, ଡା. ପ୍ରକାଶ ଦାଶ, ଜୟରାମ ମିଶ୍ର, ଲକ୍ଷ୍ମୀ ଚାନ୍ଦ, ମଦନ ମୋହନ ରଥ, ପ୍ରଭାକର ମିଶ୍ର, ଗୋବିନ୍ଦ ମିଶ୍ର, ତରୁଣ ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟମାନେ ସାହାଯ୍ୟ କରିଥିଲେ । ସୁରେନ୍ଦ୍ର ନେପାକ ମଞ୍ଚ ପରିଚାଳନା କରିଥିଲେ ଓ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.