csstore

ବଲାଙ୍ଗିର ଦିନ୍‌ ଅବସରରେ ରୋଟାରୀ କ୍ଲବ ଅଫ ଇଲାଇଟ ପକ୍ଷରୁ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୋଟାରୀ କ୍ଲବ ଅଫ ଇଲାଇଟ ପକ୍ଷରୁ ନଭେମ୍ବର ୧ ବଲାଙ୍ଗିର ଦିନ ଅବସରରେ ଗତକାଲି ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ ଏବଂ ଭୀମଭୋଇ ମେଡିକାଲ କଲେଜର ଡିନ୍‌ ପ୍ରଫେସର ସବିତା ମହାପାତ୍ର ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ବିଭିନ୍ନ ସାମାଜିକ ସଂଗଠନର ସମୁଦାୟ ୭୩ଜଣ ମହିଳା ରକ୍ତଦାତା ସ୍ୱେଚ୍ଛାକୃତ ଭାବରେ ରକ୍ତଦାନରେ ସାମିଲ ହୋଇଥିଲେ । ଏଥିରେ ମାହେଶ୍ୱରୀ ମହିଳା ସଂଗଠନ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ରୋଟାରୀ କ୍ଲବ ସେଣ୍ଟାଲ, ସଚେତନ ମହିଳା ମଞ୍ଚ ଭୂମିକା, ଆର୍ଟ ଅଫ ଲିଭିଙ୍ଗ, ଲାୟନ୍ସ କ୍ଲବ ଅଫ ବଲାଙ୍ଗିର, ବିଜେପି ମହିଳା ମେର୍ଚ୍ଚା, ସିଏନ୍‌ସି କଲେଜ, ଗୁଜୁରାତୀ ସମାଜ, ତେଜସ୍ୱିନୀ ଅନୁଷ୍ଠାନ, ସିଲିକନ ଭ୍ୟାଲି, ପିପି ଏକାଡେମୀ, ପିଆର ହାଇସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ, ଟାଉନ୍‌ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ରକ୍ତଦାନ କରିଥିଲେ । ଡା. ଜୋସ୍ନାମୟୀ ମହାପାତ୍ର ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା । ଏହା ଜିଲ୍ଲାର ପ୍ରଥମ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଟେ । ଶେଷରେ କ୍ଲବର ସଭାପତି ସନ୍ଦିପ ପାଣିଗ୍ରାହୀ ଏବଂ ସମ୍ପାଦକ ନୂତନ ନାୟକ ରକ୍ତଦାତା ଏବଂ ସହଯୋଗୀ ଅନୁଷ୍ଠାନଗୁଡିକୁ କୃତଜ୍ଞତା ଜଣାଇଛନ୍ତି ।

jayashree
Leave A Reply

Your email address will not be published.