ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବାଗବାହାଲଠାରେ ବସୁଧା ଯୋଜନାରେ ୧ ଲକ୍ଷ ୫୦ ହଜାର ଲିଟର ବିଶିଷ୍ଟ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଟାଙ୍କି ସ୍ଥାପନ ହୋଇଛି । ଏହି ଟାଙ୍କି ଦେଇ ଖଇରା, ବାଗବାହାଲ, ସୁନାପୁର, ବାଞ୍ଜିବାହାଲ, କେଶରାଜପୁର ଆଦି ଗାଁକୁ ପାଇପ ଯୋଗେ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା କାମ ସମ୍ପୂର୍ଣ୍ଣ ହେଲା ନାହିଁ କି ପାଣି ଟୋପାଏ ଆସିଲା ନାହିଁ । ନଳରେ ଟ୍ୟାବ ମଧ୍ୟ ଲଗା ହେଲା ନାହିଁ । ଅଧାପନ୍ତରିଆ କାମ ହୋଇ ପଡିଥିବା ବେଳେ ବିଭାଗୀୟ ଯନ୍ତ୍ରୀ କି ପଂଚାୟତ ଅଧିକାରୀଙ୍କ ଦେଖା ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ କାମ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.