ମେଗା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ପାଳନ ପରିପ୍ରେକ୍ଷୀରେ ମାସ ବ୍ୟାପୀ ବିଜେଡିର ସମାଜସେବା କାର୍ଯ୍ୟକ୍ରମରେ ଆଜି ସୋହେଲା ବ୍ଲକ ପରିସରରେ ଅସହାୟଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଥିବା ୨୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏହି ଯୋଜନାନୁଯାଇ ବାର୍ଦ୍ଧକ୍ୟ, ବିଧବା, ଅବୀବାହିତା, ସ୍ଵାମୀ ପରିତ୍ୟକ୍ତା ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରାଯାଏ । ସୋହେଲା ବ୍ଲକ ଅନ୍ତର୍ଗତ ୨୭ଟି ଗ୍ରାମ ପଞ୍ଚାୟତର ହିତାଧିକାରୀ ଉପସ୍ଥିତ ରହି ଦୁଇ ମାସର ଭତ୍ତା ଗ୍ରହଣ କରିଥିଲେ । ସଭାରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଉପାଧ୍ୟକ୍ଷା ଶ୍ରୀମତୀ ହିମାଳୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ କୁମାର ବେହେରା, ଦୟାନିଧି ପଟେଲ,ଆତିଶ ଭୋଇ, ସମସ୍ତ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.