oom

ଉଦ୍‌ଘୋଷକଙ୍କ ପିତୃବିୟୋଗ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ଜଣାଶୁଣା ତଥା ରାଉରକେଲା ଅଲ ଇଣ୍ଡିଆ ରେଡିଓର ଉଦ୍‌ଘୋଷକ ଅଶୋକ କୁମାର ରାଉତଙ୍କ ପିତା ଶୁକଦେବ ରାଉତ (୭୪)ଙ୍କ ହୃଦଘାତରେ ଆଜି ସକାଳେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ରାଉତ ବିଏସ୍‌ଏନ୍‌ଏଲ୍‌ର ପ୍ରାକ୍ତନ କର୍ମଚାରୀ ଥିଲେ । ସେ ଜଣେ ସରଳ ଅମାୟିକ ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଭଦ୍ରକର ମୂଳ ବାସିନ୍ଦା ସ୍ୱର୍ଗତ ରାଉତ ପ୍ଲାଣ୍ଟସାଇଟ ଅଂଚଳରେ ରହୁଥିଲେ । ତାଙ୍କର ବିଧବା ପତ୍ନୀ ତିଳୋତ୍ତମାଙ୍କ ବ୍ୟତୀତ ୫ ପୁଅ ଅଶୋକ, ସନ୍ତୋଷ, ମଧୁସୂଦନ, ଖଗେଶ୍ୱର, ନିରଞ୍ଜନ, ଦୁଇ ଝିଅ ଲକ୍ଷ୍ମୀ ଓ ନିରୁପମା ଅଛନ୍ତି । ପତ୍ନୀ ମଧ୍ୟ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ତେବେ ତାଙ୍କ ମୃତ୍ୟୁ ଖବର ପାଇ ସମାଜସେବୀ ସଂଜୀବ ମହାନ୍ତି, କବି ଆର୍ତ୍ତତ୍ରାଣ ମହାପାତ୍ର, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି, ଅଭିରାମ ପ୍ରଧାନ, ବିଏସ୍‌ଏନ୍‌ଏଲ୍‌ର ପ୍ରାକ୍ତନ କର୍ମଚାରୀ ଅକ୍ଷୟ କୁମାର ନାୟକ, ବସନ୍ତ କୁମାର ଜେନା, ବିଜୟ ଜେନା, ଚିତ୍ରଶିଳ୍ପୀ ବିନୋଦ କୌଶଲ, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ତାଙ୍କ ମରଶରୀରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିବେ ବେଳେ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.