ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ୍ର ବର୍ତ୍ତମାନ ଅଧ୍ୟକ୍ଷ ବ୍ରୁନେଇର ମହାମହିମ ସୁଲତାନ ହାଜୀ ହସନଅଲ୍ ବୋଲକିୟାଙ୍କ ନିମନ୍ତ୍ରଣକ୍ରମେ ଅଷ୍ଟାଦଶ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା । ଏଥିରେ ଆସିଆନ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।
ଭାରତ-ଆସିଆନ ଭାଗିଦାରୀର ୩୦ତମ ବର୍ଷ ପୂର୍ତ୍ତି ଭଳି ଉଲ୍ଲେଖନୀୟ ଉପଲବ୍ଧି ଉପରେ ଆଲୋକପାତ କରି ସମସ୍ତ ରାଷ୍ଟ୍ର ନେତାମାନେ ୨୦୨୨ ବର୍ଷକୁ ‘ଭାରତ-ଆସିଆନ ମୈତ୍ରୀ ବର୍ଷ’ ଭାବେ ପାଳନ କରିବା ନିମନ୍ତେ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଭାରତ ‘ଆକ୍ଟ ଇଷ୍ଟ ନୀତି’ ଏବଂ ବ୍ୟାପକ ଭାରତ-ପ୍ରଶାନ୍ତ ମହାସାଗର ସଂକଳ୍ପ ଲାଗି ଭାରତର ପ୍ରତିବଦ୍ଧତାରେ ଆସିଆନର କେନ୍ଦ୍ରୀୟ ଭୂମିକା ଉପରେ ରେଖାପାତ କରିଥିଲେ ।