oom

ଯାତନା ଭୋଗୁଛି ନବଜାତ ଶିଶୁକନ୍ୟା : ପରିସ୍ରା ଦ୍ୱାରରେ ଝାଡ଼ା ଓ ପରିସ୍ରା

jsmm
  • ସହାୟତା ପାଇଁ ବାପା-ମା’ଙ୍କ ଆକୁଳ ନିବେଦନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଦେଢଶୁଳୀ ପଂଚାୟତ ଟ୍ରାସୁପଡ଼ାରେ ରୁହନ୍ତି ସାମସନ୍ ହରିଜନଙ୍କ ପରିବାର । ପରିବାରେ ସାମସନଙ୍କ ପତ୍ନୀଙ୍କ ସମେତ ଆଉ ଦୁଇଟି ଛୁଆ ରହିଥିବା ବେଳେ ଚଳିତ ମାସ ୪ ତାରିଖରେ ଏକ କନ୍ୟା ସନ୍ତାନ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହୋଇଥିଲା । ଏହି ନବଜାତ କନ୍ୟା ସହିତ ପରିବାରରେ ଦୁଇ କନ୍ୟା ସନ୍ତାନ ଓ ଗୋଟିଏ ପୁତ୍ର ସନ୍ତାନ ରହିଛି । ତେବେ ଗତ ଚାରି ତାରିଖରେ ଜନ୍ମ ହାଇଥିବା ଏହି ନବଜାତ କନ୍ୟାଟିର ପରିସ୍ରା ଦ୍ୱାରରେ ହିିଁ ଝାଡ଼ା ଏବଂ ପରିସ୍ରା ହେଉଥିବା ଦେଖାଯାଇଛି । ତେବେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ସମୟରେ ଏହି ସଂପର୍କରେ କୌଣସି ସୂଚନା ପାଇନଥିଲେ ପରିବାର ବର୍ଗ । ଏଠାରେ ଦୁଇଦିନ ରହିବା ପରେ ଆଭ୍ୟନ୍ତରୀଣ ଇଲାକା ତଥା ମାଓପ୍ରବଣ ଇଲାକା ନିଜ ଗାଁ ଟ୍ରାସୁପଡ଼ାକୁ ଯାଇ ସେହି ଦିନ ସନ୍ଧ୍ୟାରେ କନ୍ୟାସନ୍ତାନକୁ ତେଲ ଲଗେଇ ଦେବା ସମୟରେ ଏହି ସମସ୍ୟା ରହିଥିବା ଜାଣିବାକୁ ପାଇଥିଲେ ପରିବୋର ଲୋକେ । ଦିନେ ଦୁଇଦିନ ପରେ ମ.ରାମପୁର ଡ଼ାକ୍ତରଖ।ନାକୁ ଆଣି ଡ଼ାକ୍ତରଙ୍କୁ ପରାମର୍ଶ କରିବା ପରେ ସେ ଭବାନୀପାଟଣା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ ହେଁ କନ୍ୟାସନ୍ତାନର ବାପା ସାମସନ୍ ପାଖରେ ଆର୍ଥିକ ସଂକଟ କାରଣରୁ ତାକୁ ମେଡ଼ିକାଲ ନିଆଯାଇ ନାହିଁ । ଜଣେ ଗରୀବ ତଥା ଖଟିଖିଆ ସାମସନଙ୍କୁ ଏବେ ଘାରିଛି ଅର୍ଥ ଚିନ୍ତା । ଆରପଟେ ନିଜ କନ୍ୟାସନ୍ତାନର ଏହି ସମସ୍ୟା । ତେଣୁ ଉଭୟ ବାପାମା’ଙ୍କ ମୁଣ୍ଡରେ ଚଡ଼କ ପଡ଼ିସାରିଛି । ଯଦି କେହି ଏହି ଶିଶୁର ଚିକତ୍ସା ପାଇଁ ସହାୟତାର ହାତ ବଢେଇବେ ତେବେ କନ୍ୟାଟି ଆଗାମୀ ଦିନରେ ଏକ ସୁସ୍ଥ ଏବଂ ସୁନ୍ଦର ଜୀବନ ଯାପନ କରିବ ବୋଲି ହାତଯୋଡ଼ି ନେହୁରା ହେଉଛନ୍ତି ପରିବାର ବର୍ଗ ।

jittmm
Leave A Reply

Your email address will not be published.