ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ ସ୍ଥିତି ପୂରାପଦ୍ଭରି ବିଗଡି ଯାଇଛି । ଏହାକୁ ସଜାଡିବା ପାଇଁ କେନ୍ଦ୍ର ସରକାର ପର୍ୟ୍ୟାୟ କ୍ରମେ ଅନ୍ ଲକ୍ ଘୋଷଣା କରି ଆସୁଛନ୍ତି । ରାଜ୍ୟ ସରକାରଗୁଡିକ କେନ୍ଦ୍ରର ଗାଇଡ ଲାଇନ୍ ଆଧାରରେ ପଦକ୍ଷେପ ନେଉଛନ୍ତି । କିନ୍ତୁ ପଦ୍ମପୁରରେ କରୋନା ସଂକ୍ରମଣକୁ ଆଳ କରି ସ୍ଥାନୀୟ ବଣିକ ସଂଘ, ନାଗରିକ କମିଟି ଓ ଓକିଲ ସଂଘ ତରଫରୁ ଅକ୍ଟୋବର ୨୮ ରୁ ନଭେମ୍ବର ୫ ପର୍ୟ୍ୟନ୍ତ ସାତ ଦିନ ବ୍ୟାପି ସଟ ଡାଉନ ଘୋଷଣା କରାଯାଇଛି । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ପ୍ରଶାସନ କେଉଁ ଆଇନରେ କିଛି ବେସରକାରୀ ଅନୁଷ୍ଠାନକୁ ଏପରି ଘୋଷଣା କରିବା ପାଇଁ ଅନୁମତି ଦେଇଛ‌ନ୍ତି ? ଏହା ଆଇନ କୋଭିନ-୧୯ର ଗାଇଡ ଲାଇନରେ ଅଛି କି ? ଯଦି ବି ସଟ୍ ଡାଉନ ଘୋଷଣା କରାଯାଇଛି, ଜନ ସାଧାରଣଙ୍କର ସ୍ୱାର୍ଥକୁ ସଂପୂର୍ଣ୍ଣ ଭାବେ ଆଖିବୁଜି ଦିଆ ଯାଇଛି । ସରକାରୀ ସ୍ତରରେ ଲକ୍ ଡାଉନ କିମ୍ବା ସଟ୍ ଡାଉନ ସମୟରେ ଗ୍ରୋସରୀ ତଥା ପନିପରିବା ଦୋକାନକୁ ଖୋଲାଯିବା ପାଇଁ ଅନୁମତି ମିଳିଥାଏ । କିନ୍ତୁ ଏଇ ବେସରକାରୀ ଘୋଷଣାରେ ଏଇ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଦୋକାନଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ସାତଦିନର ସାମଗ୍ରୀ କିଣିବା ପାଇଁ ସମସ୍ତଙ୍କର ଆର୍ଥିକ କ୍ଷମତା ନାହିଁ । ପୁଣି ପନିପରିବା ଚାଷୀମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟକୁ କେଉଁଠି ନେଇ ବିକ୍ରୀ କରିବେ, ତାହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ‌ସ୍ୱାର୍ଥକୁ ନେଇ ସବୁ କଟକଣାକୁ ଉଠାଇ ଦେଇଥିବା ବେଳେ, ପଦ୍ମପୁରର ଏଇ ବେସରକାରୀ ଅନୁଷ୍ଠାନମାନଙ୍କର କାର୍ୟ୍ୟକଳାପ ସଂପୂର୍ଣ୍ଣ ଭାବେ କୃଷି ବିରୋଧୀ ନୁହେଁ କି ନୁହେଁ କି ବୋଲି ସାଧାରଣରେ ପ୍ର‌ଶ୍ନ ଉଠୁଛି ।

ପୂର୍ବରୁ ମଧ୍ୟ ପନିପରିବା ଚାଷୀମାନଙ୍କୁ ଅନେକ ଥର ସ୍ଥାନୀୟ ପ୍ରଶାସନ ତରଫରୁ ହଇରାଣ କରାଯାଇଥିଲା । ଯାହାକୁ ନେଇ କୃଷକ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଅନ୍ୟ ପକ୍ଷର କରୋନା ସଂକ୍ରମଣକୁ ଏଡାଇବା ପାଇଁ ଯଦି ଏଇ ଅନୁଷ୍ଠାନମାନେ ଏତେ ବିବ୍ରତ ତା’ ହେଲେ ସେମାନେ ସହରର ବିପର୍ୟ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ କିଛି ପଦକ୍ଷେପ ନେଉ ନାହାନ୍ତି କାହିଁକି ? ସହରକୁ ବିଶୋଧନ କରାଉ ନାହାନ୍ତି କାହିଁକି ? କରୋନା ସଂକ୍ରମଣ ଜନିତ ସଠିକ୍ ଖବର ଦେବା ପାଇଁ ପ୍ରଶାସନକୁ କହୁ ନାହାନ୍ତି କାହିଁକି ? ଏସବୁ ପ୍ରଶ୍ନ ଘୁରି ବୁଲୁଛି ଏବେ ଅଂଚଳ ସାରା । ସବୁଠାରୁ ଗୁରୁତର ବିଷୟ ଯେ ପ୍ରଶାସନ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ କେବଳ ନୀରବଦ୍ରଷ୍ଟା ହୋଇ ରହିଛନ୍ତି । ତାଙ୍କର ନୀରବତାକୁ ସମର୍ଥନ ବୋଲି କାହିଁକି କୁହାଯିବ ନାହିଁ ? ଲୋକେ ଦ୍‌ଦ୍ୱନ୍ଦରେ ପଡ଼ୁଛନ୍ତି ଯେ ଏଇ ସଟ ଡାଉନ ସରକାରୀ ନା ବେସରକାରୀ ? ସେ ଯାହା ବି ହେଉ ପଦ୍ମପୁର ଉପଜିଲ୍ଲାପାଳ ଏଇ ବେସରକାରୀ ସଟ ଡାଉନ ଘୋଷଣାକୁ ବାତିଲ କରିବା ପାଇଁ ଜନ ସାଧାରଣ ଦାବୀ ଜୋର୍‌ ଧରିଛି ।

Leave A Reply

Your email address will not be published.