ରୋଟାରୀ ଇଲାଇଟି ପକ୍ଷରୁ ଆସନ୍ତା ୩୧ ତାରିଖରେ ମହିଳା ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ୍‌ ଅବସରରେ ଆସନ୍ତା ୩୧ ତାରିଖରେ ରୋଟାରୀ ଇଲାଇଟି ପକ୍ଷରୁ ୩୧ରେ ମହିଳା ରକ୍ତଦାନ ଶିବିର ଆୟୋଜନ ହେବାକୁ ଯାଉଛି । ଯେଉଁଥିରେ କେବଳ ମହିଳାମାନେ ରକ୍ତଦାନ କରିପାରିବେ । ଏହି ଶିବିର ଆସନ୍ତା ୩୧ ତାରିଖ ରବିବାର ସକାଳ ୯ଟାରେ ପିପି ଏକାଡେମୀଠାରେ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି । ଏ ନେଇ ଆଜି ରୋଟାରୀ ଇଲାଇଟି ପକ୍ଷରୁ ଜନକପୁରଠାରେ କ୍ଲବର ସଭାପତି ସନ୍ଦିପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ପରିଷଦ ବା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଭୀମଭୋଇ ମେଡିକାଲ କଲେଜର ଡିନ୍‌ ଡା. ସବିତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିବେ ବୋଲି ସ୍ୱିକୃତି ପ୍ରଦାନ କରିଛନ୍ତି । ତେଣୁ ଏହି ଶିବିରରେ ମହିଳାମାନେ ଯୋଗଦେଇ ରକ୍ତଦାନ କରିବାକୁ ସଭାପତି ଶ୍ରୀ ପାଣିଗ୍ରାହୀ ଓ ସମ୍ବାଦିକା ନୂତନ ନାୟକ ଅନୁରୋଧ କରିଛନ୍ତି । ଏଥିସହ ଆଗାମୀ ଦିନରେ ଗ୍ରାମାଞ୍ଚଳ ଗୁଡିକରେ ସ୍ୱାସ୍ଥ୍ୟ ଶିବିର ସହ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଆଦି କରାଯିବାର କାର୍ଯ୍ୟକ୍ରମ ରହିଥିବା ଉପସଭାପତି ବବିତା ପାଢୀ, ସହସମ୍ପାଦିକା ସୁଜାତା ପାଢୀ ସୂଚନା ଦେଇଥିଲେ । ଶେଷରେ ସମ୍ପାଦିକା ଶ୍ରୀମତି ନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.