ନକଲି ଆର୍‌ଟିଓ ଗିରଫ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜାତୀୟ ରାଜପଥ ବରାହଗୋଡା ନିକଟସ୍ଥ ଟୋଲଗେଟ ପାଖରେ ନିଜକୁ ଆର୍‌ଟିଓ ପରିଚୟ ଦେଇ ଭାରି ଯାନଗୁଡିକୁ ଅଟକାଇ ପଇସା ଅସୁଲି କରୁଥିବା ନକଲି ଆର୍‌ଟିଓ ଗିରଫ୍‌ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ତାକୁ ଥାନରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିକ୍ରମ ବେହେରା ନାମକ ଜଣେ ଯୁବକ ଗାଡ଼ି ଅଟକାଇ ମାଲିକମାନଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଇସା ଜମା କରିବାକୁ ଧମକ ଦେଉଥିବା ଅଭିଯୋଗ ହେବା ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଯୁବକକୁ ଥାନାକୁ ଆଣିଛି । ତାଙ୍କଠାରୁ ଗୋଟିଏ ବାଇକ, ନକଲି ପିସ୍ତଲ ଏବଂ ଦୁଇଟି ମୋବାଇଲ ଫୋନ ଜବତ୍ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.