ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲଗୁଡିକରେ ଆଜି ସରକାରଙ୍କ ନିୟମ ମୁତାବକ ଅଷ୍ଟମ ଶ୍ରେଣୀ ଖୋଲାଯିବା ସହ ଆଲୋଚନା ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି । କରୋନା କଟକଣା ଯୋଗୁଁ ଗତ ଦେଢ ବର୍ଷ କାଳ ସ୍କୁଲ ବନ୍ଦ ହେବା ସହ ଛାତ୍ର ଛାତ୍ରୀ ମାନେ ଅଫ ଲାଇନ ପାଠପଢ଼ାରୁ ବଞ୍ଚିତ ହୋଇଥିଲେ । ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯିବା ପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ସ୍କୁଲଗୁଡିକରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା ।

Leave A Reply

Your email address will not be published.