lika

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଶରଧାପାଲି ବିଜୟୀ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଖୁଣ୍ଟପାଲି ଖେଳ ପଡିଆରେ ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଛି । ଉଦଘାଟନୀ ଉତ୍ସବରେ ତାଲପାଲି ସରପଞ୍ଚ ସୁଶାନ୍ତ ସାହୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ନିର୍ବାହୀ ଅଧିକାରୀ ପାଣ୍ତବ ନନ୍ଦ ସହଯୋଗ କରିଥିଲେ । ଖୁଣ୍ଟପାଲି, ବରିହାପୁଖାପାନି, ବରଭଟା, ବୁରୋମୁଣ୍ତା, ତମିଆ, ଶରଧାପାଲି, ଅମ୍ବାମୁଣ୍ତା, ଘନାମାଲ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ବରଭଟା ଓ ଶରଧାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶରଧାପାଲି ଟ୍ରାଇବ୍ରେକର ଜରିଆରେ ବିଜୟୀ ହୋଇଥିଲେ । ପୁରସ୍କାର ବିତରଣୀ ସଭାରେ ନୀଳମଣି ବରିହା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଚୈତନ୍ୟ ସାହୁ ଗାଇସିଲେଟ ଥାନା ଏଏସ୍‌ଆଇ ସୁଶୀଳ ଦାଶ, ପୁଲିସ କନେଷ୍ଟବଲ ଯୁଗଳ ପ୍ରଧାନ, ଭଗବାନ ପଟେଲ, ସରୋଜ ପଟେଲ, ନାଥ ମୁନା, ଜବାହାରଲାଲ ବରିହା, ଜଗା ବରିହା, ସମାଜସେବୀ ସତ୍ୟ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଟ୍ରୁ୍ଣ୍ଣାମେଣ୍ଟକୁ ସଫଳ କରିଥିଲେ ଗୌରାଙ୍ଗ ପାଣ୍ତେ, ତରଣୀ ଲୁହାର, ରାଜୁ ଦାନୀ, ତନ୍ମୟ ତ୍ରିପାଠୀ ଏବଂ ବାବୁଲୁ ଗଡତିଆ । ବରିଷ୍ଟ ଖେଳାଳୀ ମୋହନ ସାହୁ ଧନ୍ୟବାଦ ଦେଇଥିଲେ ।

babaa
Leave A Reply

Your email address will not be published.