ଅନ୍ନଦାତାଙ୍କ ଦ୍ୱାରା ସମ୍ମାନିତ ହେଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ ବୋଡାସମ୍ବର କୃଷକ ସଂଗଠନ, ପଦ୍ମପୁରର ଡାକରାରେ ପଦ୍ମପୁର ଠାରେ ହୋଇଥିବା ବିଶାଳ ଚାଷୀ ସମାବେଶ (ଜନସମୁଦ୍ର )ମଧ୍ୟରେ ସଂକଳ୍ପ ପରିବାରକୁ ସମ୍ମାନିତ କରାଯାଇଛି । ସଂକ୍ଷିପ୍ତରେ କହିବାକୁ ଗଲେ “ଚାଷ ଓ ଚାଷୀ ବିନା ମାନବ ସମାଜର ପରିକଳ୍ପନା କରିବା ଅସମ୍ଭବ ବା ମୁର୍ଖାମୀ ଅଟେ” ଅନ୍ନଦାତାମାନେ ଅକ୍ଲାନ୍ତ ପରିଶ୍ରମ କରି ମାନବ ସମାଜର କ୍ଷୁଧା ମେଣ୍ଟାଉଥିବା ବେଳେ ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ତାଙ୍କୁ କବଳିତ କରିଦେଇଛି । ଏପରି ଏକ ସମ୍ବେଦନଶୀଳ ସମୟରେ ଚାଷୀଙ୍କୁ ନିଜର ହକ୍‌ ପାଇବା ପାଇଁ ରାଜ ରାସ୍ତାରେ ଓହ୍ଲାଇବାକୁ ପଡୁଛି ବା ସଂଗ୍ରାମ କରିବାକୁ ପଡୁଛି । ଆଜି ଏ ବିଶାଳ ସଂଗ୍ରାମୀ ମଞ୍ଚରେ ସମାଜସେବାକୁ ଗୁରୁତ୍ୱ ଦେଇ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଭାବ ଭରଷା ସମ୍ମାନରେ ସମ୍ମାନିତ କରିଥିବାରୁ ରାଜ୍ ବୋଡାସମ୍ବର କୃଷକ ସଙ୍ଗଠନ ତଥା ସମସ୍ତ ଚାଷୀ ଭାଇ, ବନ୍ଧୁଙ୍କୁ ସଂକଳ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଯାଇଛି । ଏହି ସମ୍ମାନ ନିଶ୍ଚିତ ଭାବରେ ଆଗକୁ ସମାଜସେବା କ୍ଷେତ୍ରରେ ଆମର ମନୋବଳ ସୁଦୃଢ କରିବ ବା ପ୍ରେରଣାଦାୟୀ ସାଜିବ କରିବ ବୋଲି ବରଗଡ ସଂକଳ୍ପ ପରିବାର ମୁଖ୍ୟ ବିକାଶ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.