lika

ନେହେରୁ ଯୁବକେନ୍ଦ୍ର ଓ ମିଷ୍ଟି ପ୍ରଡକ୍ସନର ମିଳିତ ପ୍ରଚେଷ୍ଟାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ୱଚ୍ଛ ଭାରତ ଅଭିଯାନକୁ କେନ୍ଦ୍ର କରି ଚଳିତ ମାସରେ ପାଳନ କରାଯାଉଥିବା ନେହେରୁ ଯୁବକେନ୍ଦ୍ର ବରଗଡ଼ ପକ୍ଷରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ମିଷ୍ଟି ପ୍ରଡକ୍ସନର ସଭ୍ୟମାନଙ୍କ ସହାୟତାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ମିଷ୍ଟି ପ୍ରଡକ୍ସନର ପ୍ରଯୋଜକ ହେମରାଜ ମେହେର ସ୍ୱଚ୍ଛତା ବାର୍ତ୍ତା ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ।ସ୍ୱଚ୍ଛାସେବୀ ରତିକାନ୍ତ ପଧାନ, ଦିଲେଶ୍ଵର୍ ନାୟକ, ଚୂଡ଼ାମଣି ସାହୁ, ଜଗଦୀଶ ସାହୁ ଏବଂ ମିଷ୍ଟି ପ୍ରଡକ୍ସନର ପ୍ରଯୋଜକ ହେମରାଜ ମେହେର ଏବଂ ପ୍ରଡକ୍ସନର ସଂଯୋଜକ ଆଶିଷ ମେହେର, ଉମେଶ ମେହେର, ସୁରେନ୍ ମେହେର, ବିକାଶ ମେହେର ପ୍ରମୁଖ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

sandip
Leave A Reply

Your email address will not be published.