oom

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପାରଦର୍ଶିତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଚାରିଜଣ ଛାତ୍ରୀ ଓଡ଼ିଶାର କମନ୍ ପିଜି ଏନଟ୍ରାନସ୍ ଏବଂ ବିଲାଶପୁର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅର୍ଥନୀତିର ଏମ୍ଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନେ ହେଲେ ମେଘାମୟୀ ସାହୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଯେ କି ସ୍ନାତକରେ ଚତୁର୍ଥ ସ୍ଥାନ, ରଶ୍ମିତା ବଡଗୋରିଆ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ସ୍ନାତକରେ ସପ୍ତମ ସ୍ଥାନ, ଜ୍ୟୋତିର୍ମୟୀ ଧରୁଆ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସୁମି ବିଶ୍ୱାଳ ବିଲାଶପୁର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରଛନ୍ତି । ୨୦୧୯ – ୨୦ ୨୦୧୮ – ୧୯ରେ ମଧ୍ୟ ଏହି ମହା ବିଦ୍ୟାଳୟର ଆଠ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଏମ୍ଏ ପାଠ୍ୟକ୍ରମରେ ନାମ ଲେଖାଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାର ଶ୍ରେୟ ଛାତ୍ରଛାତ୍ରୀମାନେ ଅର୍ଥନୀତି ବିଭାଗର ନିୟମିତ କ୍ଲାସ ଏବଂ ଅଧ୍ୟାପକମାନଙ୍କର ଉତ୍ତମ ନିରୀକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ବୋଲି ବିଭାଗୀୟ ମୁଖ୍ୟ ଡ.ବିରଞ୍ଚି ସାହୁ ଜଣାଇଛନ୍ତି ।

jittmm
Leave A Reply

Your email address will not be published.