csstore

ମମିତାଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାହାଣ୍ଡି ମହାଲିଙ୍ଗ ସନ୍ ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋର ଦଣ୍ଡ ତଥା ଫାଶୀ ଦେଇ ମମିତାଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସ୍ଥାନୀୟ କଚେରି ଛକଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ପାଟଣା ହୋଟେଲ ଛକ ପର୍ଯ୍ୟନ୍ତ ଯିବା ସହ ଆତ୍ମାର ସଦ୍‌ଗତି ପାଇଁ ପ୍ରାଥନା କରାଯାଇଥିଲା ଏବଂ ଉକ୍ତ ଘଟଣାରେ ସଂପୃକ୍ତ ଥିବା ଓଡିଶା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବୀ କରାଯାଇଥିଲା । ଏଥିରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ସମେତ ବୁଳୁ ଦାନୀ, ମିଳନୀ ସାହୁ, ସନ୍ତକ ବହିଦାର, ପ୍ରେମ ପ୍ରକାଶ ମିଶ୍ର, ସାନନ୍ଦ ମିଶ୍ର, ଅଜୟ ବାଲି, ମଧୁ ନାଗ, ଅଜିତ ମହାନନ୍ଦ, ଗାର୍ଗୀ ମିଶ୍ର, ସୁଭେନ୍ଦୁ ସାହୁ, ସୁଜିତ କୁମ୍ଭାର, ଟୁଲୁ ସେନ, ନିରଞ୍ଜନ ମିଶ୍ର, ଜ୍ଞାନ ରଞ୍ଜନ ସରାଫ, କ୍ରିଷ୍ଣା ପାତ୍ର, ଅମିୟ ବଗର୍ତ୍ତୀ, ବନମାଳୀ ସାହୁ, ଜୁଲୁ ପଟ୍ଟନାୟକ, ଭିକାରୀ ସାହୁ, ବବିତା ସାହୁ, ସହିନା ବେଗମ, ଅନିତା ସେଠ୍‌, ମିରା ମଣ୍ଡଳ, ଅମୁଲ୍ୟ ସେଠ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.