csstore

ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଖପ୍ରାଖୋଲ ବ୍ଲକ ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ

ଖପ୍ରାଖୋଲ, (ଅଶୋକ ବାଗ) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଖପ୍ରାଖୋଲ ବ୍ଲକ ଗସ୍ତରେ ଆସି ବ୍ଲକରେ ଥିବା ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଥମେ ଲାଠୋରରେ ବିଦ୍ୟାଳୟ ରୂପାନ୍ତରୀକରଣରେ ସାମିଲ ଥିବା ଦୁର୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସେଠାରୁ ବେନ୍ଦେରରେ ଥିବା ସ୍କୁଲକୁ ପରିଦର୍ଶନ କରି ପୁଣି ସେଠାରୁ ଖପ୍ରାଖୋଲ ସ୍କୁଲ ଅଭିମୁଖେ ଆସିଥିବା ବେଳେ ଖପ୍ରାଖୋଲରେ ଥିବା ସ୍କୁଲକୁ ମୋଡେଲ ସ୍କୁଲରେ ପରିଣତ କରିବା ପାଇଁ କଥା ଦେଇଥିଲେ ଏବଂ ସ୍କୁଲକୁ ଦେଖି ପ୍ରଶଂସା ମଧ୍ୟ କରିଥିଲେ । ପରେ ସେଠାରୁ ଗୁଣ୍ଡୁରୁପାଲିରେ ଥିବା ଦ୍ରୁମ ଷ୍ଟିକ ପ୍ଲାଣ୍ଟ ଦେଖି ହରିଶଙ୍କର ମନ୍ଦିର ଅଭିମୁଖେ ବାହାରି ସେଠାରେ ଥିବା ସେଲ୍ଫି ପଏଣ୍ଟକୁ ଶୁଭାରମ୍ଭ କରିଥିଲେ ଜିଲ୍ଳାପାଳ ଶ୍ରୀ ରାଣା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ରାଉତ, ସହକାରୀ ଯନ୍ତ୍ରୀ ସୋମ୍ୟରଞ୍ଜନ ଜୟପୁରିଆ, କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟଭାନୁ ମେହେର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ହରିଶଙ୍କର ଫାଣ୍ଡି ଅଧିକାରୀ ସାବନ କେରକେଟା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.