ଆଜିଠାରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠାରୁ ସାରା ରାଜ୍ୟରେ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଯାଇଛି । ଶିକ୍ଷା ଅନୁଷ୍ଠାନର କ୍ୟାମ୍ପସଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରି ବିଶୋଧନ କରାଯାଇଥିବା ବେଳେ ପାଠପଢା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୧ରୁ ୟୁନିଫର୍ମ ପିନ୍ଧିବା ବାଧ୍ୟତା ମୂଳକ ଓ ନିଜ ପରିଚୟ ପତ୍ର ଛାତ୍ରଛାତ୍ରୀ ସାଙ୍ଗରେ ଆଣିବେ ବୋଲି କଡାକଡି ନିର୍ଦ୍ଦେଶ ରହିଛି । ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ୟୁଟ୍ୟୁବ ଲାଇଭ କ୍ଲାସ ମଧ୍ୟ ଜାରି ରହିବ ବୋଲି ସୂଚନା ରହିଛି । ଅନ୍ୟପଟେ ଆଜି ବଲାଙ୍ଗିରରେ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବିଜେପି ପକ୍ଷରୁ ସମ୍ପୂର୍ଣ୍ଣ ବଲାଙ୍ଗିର ବନ୍ଦ ଥିବା ଯୋଗୁଁ ବଲାଙ୍ଗିରେ ଆସନ୍ତାକାଲି ଏକାଦଶ ଶ୍ରେଣୀ ଖୋଲିବ ବୋଲି ଜଣାପଡିଛି ।

Leave A Reply

Your email address will not be published.