ଆଜିଠାରୁ ପବିତ୍ର କାର୍ତ୍ତିକ ମାସର ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠାରୁ ପବିତ୍ର କାର୍ତ୍ତିକ ମାସର ଆରମ୍ଭ ହୋଇଯାଇଛି । ହେଲେ କୋଭିଡ୍‌ କଟକଣା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ବୋଲି ନିରାଶ ହୋଇପଡିଥିବା ବେଳେ ଏହି କାର୍ତ୍ତିକ ମାସଟିକୁ ଧର୍ମ ମାସ ବୋଲି କୁହାଯାଉଥିବାରୁ ଅନେକ ଭକ୍ତ ବ୍ରତ କରିଥାନ୍ତି । ହବିଷ୍ୟାଳିମାନେ ହବିଷ କରିଥାନ୍ତି । ମନ୍ଦିରରେ ଏହି ହବିଷ ଓ ବ୍ରତ ସମସ୍ତେ ମିଳିମିଶି ପାଳନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ୍‌ କଟକଣା ଅନୁପାଳନରେ ମନ୍ଦିର ବାହାରୁ ପ୍ରଭୁଙ୍କୁ ଡାକି ମନକୁ ଶାନ୍ତ କରିବେ ବୋଲି ଭକ୍ତମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.