oom

ଚୋରକୁ ଧରି ପୁଲିସରେ ଜିମା ଦେଲେ ଲୋକେ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଚୋରି, ଡ଼କାୟତି ବଢ଼ିବାରେ ଲାଗିଛି ଯାହା ପୁଲିସର ମୁଣ୍ଡ ବ୍ୟଥାର କାରଣ ସାଜିଛି । ତେବେ ଗତକାଲି ବ୍ଳକର ବରଗାଁ ଜାତୀୟ ରାଜପଥର ଏକ ଦୋକାନରୁ ତା.୧୯/୧୦/୨୧ରିଖରେ ଦୁଇ ଜଣ ଚୋର ଆସି ଚୋରି କରିବା ପାଇଁ ଉଦ୍ୟମ କରିଥିଲେ । ଯାହାର ପ୍ରମାଣ ସିସିଟିଭି ଫୁଟେଜରେ କଏଦ ହୋଇ ରହିଥିବା ବେଳେ ଏହି ଦୁଇ ଜଣ ଚୋରଙ୍କ ମଧ୍ୟରୁ ଜଣେ କିଛି ସାମାଗ୍ରୀ କିଣିବା ପାଇଁ ବରଗାଁକୁ ଆସିଥିଲା ତେବେ ସ୍ଥାନୀୟ ଦୋକାନୀ ମାନେ ଚୋରକୁ ଚିହ୍ନଟ କରି ସଇଁନ୍ତଲା ପୁଲିସକୁ ଖବର ଦେଇଥିଲେ । ଖବର ଦେବା ପରେ ପୁଲିସ ପହଁଚି ଚୋରକୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି । ଧରାପଡିଥିବା ଚୋର ଜଣକ ହେଲା ଗଣ୍ଡପତ୍ରାପାଲିର ସୁବୁ ନାରାୟଣ ଶତପଥୀ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.