csstore

ବହୁ ଚର୍ଚ୍ଚିତ ମମିତାଙ୍କ ନିଖୋଜ ଘଟଣା : ସିବିଆଇ ତଦନ୍ତ ଦାବୀରେ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦବୀରୁ ଇସ୍ତଫା ଦାବୀରେ କୋଶଲ ଯୁବ ସମନ୍ୱୟ ପକ୍ଷରୁ ପଦଯାତ୍ରା, ଗୋବିନ୍ଦଙ୍କୁ ଫାଶୀ ଦିଆଯାଉ-ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି କୋଶଲ ଯୁବ ସମନ୍ୱୟ ସମିତି । ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ପୀଡ଼ିତ ପରିବାରର ଗାଁ ତୁରେକେଲାର ଝରନି ଗାଁ ଠାରୁ ବଲାଙ୍ଗିର ଏସପି କାର୍ଯ୍ୟାଳୟ ଯାଏଁ ପଦଯାତ୍ରାରେ ବାହାରିଥିବା ବେଳେ ଏହାକୁ ସଇଁନ୍ତଲା ବ୍ଳକ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରି ସଇଁନ୍ତଲା ବ୍ୟାଙ୍କ ଛକ ଠାରେ ଫୁଲମାଳ ଦେଇ କୋଶଲ ସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗୋବିନ୍ଦ ସାହୁଙ୍କୁ ଫାଶୀ ଦିଆଯାଉ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଦାବୀ କରିଛନ୍ତି । ଏଥିରେ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସୁବ୍ରତ ପଟ୍ଟନାୟକ, ରାକେଶ ସାହୁ, ସୁବ୍ରତ ନାଗ, ରାଜେଶ ସାହୁ, ଦୀପକ ଅଗ୍ରୱାଲ, ସଇଁନ୍ତଳା ବଣିକ ସଂଘ ସଭାପତି ତରୁଣ ବେହେରା, ଚନ୍ଦ୍ର ଚନ୍ଦନ ସମେତ ଅଞ୍ଚଳବାସୀ ସମର୍ଥନ ଜଣାଇଥିଲେ । ସୂଚନା ମତେ ମମିତା ମେହେର ନିଖୋଜ ଖବର ହେବାପରେ ତାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଥିଲା । କିନ୍ତୁ କଳାହାଣ୍ଡି ପୁଲିସ ଆରମ୍ଭରୁ ହିଁ ପଛଘୁଞ୍ଚା ଦେଇଥିଲା ବୋଲି ସାଧାରଣରେ ଚର୍ଚ୍ଛା ହେଉଥିବା ବେଳେ ମମିତାଙ୍କୁ ଖୋଜିବା ଦୂରକଥା, ଅଭିଯୋଗର ଖିଅ ବି ପୁଲିସ ପାଇ ନଥିଲା । ଅଥଚ ମହାଲିଙ୍ଗ ହାଇସ୍କୁଲ ପରିସରରେ ନିର୍ମାଣାଧୀନ ଷ୍ଟାଡିଅମ ଭିତରେ ନୂଆ ମାଟି ପୋତି ଯାଇଥିବା ଦେଖି ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । କାଳେ କଥାଟି ଆଗକୁ ବଢ଼ିବ ବୋଲି ଚିନ୍ତାକରି ସୋମବାର ରାତିରେ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ମଙ୍ଗଳବାର ସକାଳେ ମାଟି ପୋତାଯାଇଥିବା ସ୍ଥାନ ଖୋଳାଯିବାରୁ ପ୍ରାୟ ୭ରୁ ୮ ଫୁଟ ତଳେ କିଛି ହାଡ଼, କୋଇଲା, ପାଉଁଜି, ଭେନିଟି ବ୍ୟାଗ ଓ ସୁନା ଚେନ ମିଳିଥିଲା । ମମିତାଙ୍କ ପରିବାର ଲୋକେ ତାହାକୁ ଚିହ୍ନଟ ବି କରିଛନ୍ତି । କିନ୍ତୁ ପୁଲିସ ପକ୍କା ପ୍ରମାଣ ପାଇଁ ସେ ସବୁକୁ ଫରେନସିକ ଲାବକୁ ପଠାଇଛି । ପ୍ରଶ୍ନ ହେଉଛି, ଏଭଳି ଏକ ବର୍ବର କାଣ୍ଡକୁ ଏକୁଟିଆ ଜଣେ ଲୋକ ସାକାର କରିବା ସମ୍ଭବ ନୁହେଁ । ସେଠାରେ ଯଦି ଶରୀରକୁ ପୋଡ଼ାଯାଇଛି ତାହେଲେ ପାଉଁଶ ଆଦି ବାହାରିବା କଥା । କିନ୍ତୁ ସେଠାରେ କେବଳ କିଛି ହାଡ଼ ଓ କୋଇଲା ବାହାରିଛି । ତାହେଲେ ଶରୀର କେଉଁଠାରେ ପୋଡ଼ା ଯାଇଛି ? ଷ୍ଟାଡ଼ିଅମ ଭିତରେ ଜେସିବି ଲଗାଇ ମାଟି ଖୋଳିବା ଓ ପୁଣି ପୋତିବା ପଛରେ ଆଉ କେଉଁ ମହାନାୟକମାନଙ୍କର ହାତ ରହିଛି ତାହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବୀ ହୋଇଛି ।

jayashree
Leave A Reply

Your email address will not be published.