jsm

କୁତୁର୍ଲା ଗାଁରେ ସଫେଇ କାର୍ଯ୍ୟକ୍ରମ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ଗାଁ ମଧ୍ୟରେ ବହୁ ଅଳିଆ ଆବର୍ଜନା ବର୍ଷ ବର୍ଷ ଧରି ରାସ୍ତା କଡ଼ରେ ପଡିରହିଥିବାରୁ ଗାଁକୁ ଯିବାକୁ ଅସୁବିଧା ହେଉଥିବା ବେଳେ ଗାଁର ପିଚୁ ରାସ୍ତା ଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ପ୍ରାୟ ୫ଶହ ମିଟର ରାସ୍ତାର ଉଭୟ ପାର୍ଶ୍ୱକୁ ସଫା କରାଯାଇଛି । ହେମନ୍ତ ପୁରୋହିତଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଞ୍ଜୀବ ପଧାନ, ଅନାଦି ଚରଣ ପୁରୋହିତ, ଗୋପାଳ ଭୋଇ, ଧୂବା ଚନ୍ଦନ, ଚୈତନ୍ୟ ଭୋଇ ସହ ଗାଁର ବହୁ ଯୁବକମାନେ ମିଳିତ ଭାବେ ଏହି ସଫେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.